ବାସୁଦେବପୁରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ: ‘ପୁଣ୍ୟ ମାଟିରେ ପୁଣ୍ୟାତ୍ମାମାନେ ଜନ୍ମ ନିଅନ୍ତି’

ବାସୁଦେବପୁରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ: ‘ପୁଣ୍ୟ ମାଟିରେ ପୁଣ୍ୟାତ୍ମାମାନେ ଜନ୍ମ ନିଅନ୍ତି’

ବାସୁଦେବପୁର/ଇରମ: ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଆଜି ବାସୁଦେବପୁର ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।  ପୂର୍ବାହ୍ନରେ ବାସୁଦେବପୁର ଟାଉନ୍‌ ହଲଠାରେ ମନ୍ତ୍ରୀ ଶ୍ରୀ ପାତ୍ର ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବା ପରେ ଚାରବାଟିଆ ଗାନ୍ଧିପୀଠକୁ ଯାଇ ମାଲ୍ୟାର୍ପଣ କରିଥିଲେ। ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପାତ୍ର ଯୋଗ ଦେଇ ଗାନ୍ଧୀପୀଠର ଉନ୍ନତୀକରଣ କରାଯିବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶ, ପୌରାଧ୍ୟକ୍ଷା ନିବେଦିତା ବେହେରା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପଳିତା, ସମାଜସେବୀ ରଶ୍ମୀରଞ୍ଜନ ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇ ପୀଠର ଉନ୍ନତି ଦିଗରେ ମତବ୍ୟକ୍ତ କରିଥିଲେ। ପରେ ଐତିହାସିକ ଇରମ ସହିଦ୍‌ ପୀଠରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ମନ୍ତ୍ରୀ ଶ୍ରୀ ପାତ୍ର। ଇରମ୍‌ଠାରେ ଆୟୋଜିତ ସଭାରେ ଯୋଗ ଦେଇ ସହିଦ୍‌ଙ୍କ ତ୍ୟାଗ ସଂପର୍କରେ ବଖାଣିଥିଲେ। ଇରମ୍‌ ଭଳି ପୁଣ୍ୟ ମାଟିରେ କେବଳ ପୁଣ୍ୟାତ୍ମାମାନେ ଜନ୍ମ ନିଅନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ସହିଦ ସ୍ମୃତି ସଭାଗୃହରେ ଆୟୋଜିତ ଏହି ସଭାରେ ମନ୍ତ୍ରୀ ଶ୍ରୀ ପାତ୍ର ଖୁବ୍‌ଶୀଘ୍ର ଇରମ୍‌କୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ସହ ଏହାର ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ବିଧାୟକ ଶ୍ରୀ ରାଉତରାୟଙ୍କ ସହିତ ପୌରାଧ୍ୟକ୍ଷା ଶ୍ରୀମତୀ ବେହେରା, ସାଂସଦଙ୍କ ପ୍ରତିନିଧି ସୁରେଶଚନ୍ଦ୍ର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ଅସିତ ଦାସ, ବ୍ଳକ୍‌ ବିଜେଡି ସଭାପତି ଦିନବନ୍ଧୁ ଦାସ, ଜିଲ୍ଲା ପରିଷଦ ସଭ୍ୟ ଯଦୁନାଥ ନାୟକ, ପୂର୍ବତନ ସରପ‌ଞ୍ଚ ପ୍ରଫୁଲ୍ଲ ବିଶ୍ବାଳ, ସରପ‌ଞ୍ଚ ସାବିତ୍ରୀ ବଳ, ସମିତିସଭ୍ୟା ଲଗ୍ନିକା ମଲ୍ଲିକ, ପଢୁଆଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପ‌ଞ୍ଚ ଦିନବନ୍ଧୁ ଦାସ, ଇରମ୍‌ର ପୂର୍ବତନ ସରପ‌ଞ୍ଚ ପ୍ରଫୁଲ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଅଢୁଆଁ ପଞ୍ଚାୟତର ପୂର୍ବତନ ସରପ‌ଞ୍ଚ ଗିରୀଶ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗୋପାଳ ବେଜ ଶେଷରେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe