ଜୈବ ବିବିଧତାରେ ଉଲ୍ଲେଖନୀୟ ଗବେଷଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ ସମ୍ବର୍ଦ୍ଧିତ

Advertisment
ଜୈବ ବିବିଧତାରେ ଉଲ୍ଲେଖନୀୟ ଗବେଷଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ ସମ୍ବର୍ଦ୍ଧିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ପିଏଚ୍ଡି ସ୍କଲାର ଶ୍ରୀମତୀ ଅୟୁସ୍ମିତା ନାୟକଙ୍କୁ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ୨୦୨୪ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରସ୍ଥିତ ଏସ୍ଓଏ ଅଡିଟୋରିୟମରେ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀମତୀ ନାୟକଙ୍କୁ ୮୯ତମ ଉତ୍କଳ ଦିବସ ଅବସରରେ ଓଡ଼ିଶା@୧୦୦...ସମ୍ଭାବନାର ଶତାବ୍ଦୀ ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 'ଆମ ଓଡ଼ିଆ' ଫାଉଣ୍ଡେସନ ପକ୍ଷରୁ ଅନ୍ୟ ଯୁବ ପ୍ରତିଭାଙ୍କ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ନିକଟରେ ସିୟୁଓର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ପିଏଚ୍ଡି ସ୍କଲାର ଶ୍ରୀମତୀ ନାୟକ ତାଙ୍କ ଗବେଷଣା ପାଇଁ ଦେଶରେ ଚର୍ଚ୍ଚାରେ ଥିଲେ। ତାଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଯୋଗୁଁ ଉତ୍ତର ପୂର୍ବ ଘାଟର କୋରାପୁଟରୁ ଦୁଇଟି ନୂତନ ପ୍ରଜାତିର ମେଗାସ୍କୋଲେକ୍ସ ଜିଆ ଆବିଷ୍କୃତ ହୋଇଛି, ଯଥା ଏମ.ଜୟପୁରଘାଟିଆନିସ୍ ଏବଂ ଏମ୍. କ୍ୱାଡ୍ରିପାପ୍ଲିଆଟସ୍ । ପ୍ରଥମ ପ୍ରଜାତି କୋରାପୁଟର ଜୟପୁର ଘାଟି ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟଟି କୋରାପୁଟର ରାଣୀ ଡୁଡୁମାରୁ ଚିହ୍ନଟ ହୋଇଛି। ବିଜ୍ଞାନ ଦୁନିଆରେ ଏହି ଦୁଇ ଜିଆର ପ୍ରଜାତି ନୂଆ । ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ୍ ପ୍ରଫେସର ଏସ୍ କେ ପାଲିତାଙ୍କ ତତ୍ତ୍ୱାବଧାନରେ ଏହି ଗବେଷଣା କରାଯାଇଥିଲା। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ସମ୍ବର୍ଦ୍ଧନା ଖବରରେ ଆନନ୍ଦ ବ୍ୟକ୍ତ କରିବା ସହ ଏହି ଗବେଷଣାରେ ସମ୍ପୃକ୍ତ ଗବେଷକମାନଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe