କୋରେଇରେ ମିଳୁନି ନିରାମୟ ଔଷଧ

Advertisment
କୋରେଇରେ ମିଳୁନି ନିରାମୟ ଔଷଧ

କୋରେଇ : କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମାଗଣା ଔଷଧ ମିଳୁନି। ଯାହାକୁ ନେଇ ଆଜି ସଂଧ୍ୟାରେ କିଛି ରୋଗୀଙ୍କ ସମ୍ପର୍କୀୟ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁ ସମୟ ଧରି ହଟ୍ଟଗୋଳ ଚାଲିବା ପରେ ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ ମାଝି ପହଞ୍ଚି ଏଥିରେ ହସ୍ତକ୍ଷେପ କରିଥିଲେ। କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ ଯୋଜନାରେ ରୋଗୀଙ୍କୁ ଆବଶ୍ୟକ ମାଗଣା ଔଷଧ ଦିଆଯାଉନଥିବା ଲୋକମାନେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଝୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପରିକି ଅନେକ ସମୟରେ ଔଷଧ କାଉଣ୍ଟର ବନ୍ଦ ରହୁଛି।

କର୍ମଚାରୀ ନଥିବା ଆଳରେ ଔଷଧ ଦିଆଯାଉନଥିବା ରୋଗୀ ସମ୍ପର୍କୀୟମାନେ ଦର୍ଶାଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଝି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଦାୟିତ୍ବରେ ଥିବା ଡ. ଅବିନାଶ କୁମାର ନନ୍ଦଙ୍କ ସହିତ ଆଲୋଚନା କରିଥିଲେ। ତେବେ ନିରାମୟ କେନ୍ଦ୍ର ପାଇଁ ଜଣେ ମାତ୍ର କର୍ମଚାରୀ ଥିବାରୁ ଦିନରାତି ଔଷଧ ଦେବାରେ ସମସ୍ୟା ହେଉଥିବା ଶ୍ରୀ ନନ୍ଦ ପ୍ରକାଶ କରିଥିଲେ। ଏସମ୍ପର୍କରେ ଡ. ନନ୍ଦଙ୍କ ସହିତ ଯୋଗାଯୋଗ କରିବାରୁ, ସମସ୍ୟା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯାଇ ଲୋକଙ୍କୁ ସୁରୁଖୁରୁରେ ଔଷଧ ବଣ୍ଟନ କରାଯିବା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe