ରାଜଧାନୀରୁ ସୁସ୍ଥ ହେଲେ ୧୮ଜଣ କରୋନା ଆକ୍ରାନ୍ତ

ରାଜଧାନୀରୁ ସୁସ୍ଥ ହେଲେ ୧୮ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀରୁ ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗୁରୁବାର ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଭୁବନେଶ୍ୱରରେ ଏବେ ୪୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୦୪ଟି ସକ୍ରିୟ ମାମଲା ଏବେ ବି ରହିଛି।

ସୁସ୍ଥ ହୋଇଥିବା ୧୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରି ପିପିଏଲ୍‌ ଅଞ୍ଚଳରୁ ଜଣେ ମହିଳା ଓ ଜଣେ ପୁରୁଷ, ଘାଟିକିଆ ସିଇଟି କଲେଜ ଅଞ୍ଚଳରୁ ଜଣେ ପୁରୁଷ, ପଳାସପଲ୍ଲୀ ବିମାନବନ୍ଦର ଅଞ୍ଚଳରୁ ଜଣେ ପୁରୁଷ, ଡୁମଡୁମା ରଘୁନାଥ ନଗର ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା, ଝାରପଡ଼ା ମହାବୀର ନଗର ଅଞ୍ଚଳରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ମହିଳା, କଳିଙ୍ଗ ବିହାର କେ-୮ ଅଞ୍ଚଳରୁ ଜଣେ ପୁରୁଷ, କୋଳଥିଆସ୍ଥିତ ଘରୋଇ ହସ୍‌ପିଟାଲର ଜଣେ ପୁରୁଷ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଉପରୋକ୍ତ ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ଖଣ୍ଡଗିରିବାରି ଅଞ୍ଚଳରୁ ଜଣେ ମହିଳା, ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ଜଣେ ପୁରୁଷ, ସୁନ୍ଦରପଡ଼ା ଗୌରୀଧାମ ଅଞ୍ଚଳରୁ ଜଣେ ପୁରୁଷ, ବିବେକାନନ୍ଦ ମାର୍ଗ ମହାରଣା ସାହି ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ, ପାତ୍ରପଡ଼ା ଅଞ୍ଚଳରୁ ୨ଜଣ ଲେଖାଏଁ ପୁରୁଷ ଓ ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ହସ୍‌ପିଟାଲରୁ ଛୁଟି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe