ବିଚାରାଧୀନ କଏଦୀଙ୍କ ବୁର୍ଲା ମେଡିକାଲରେ ମୃତ୍ୟୁ

ରାତିରେ ଶୋଇଥିଲେ, ସାପ କାମୁଡ଼ିବାରୁ ୨ ମୃତ

urdupoint.com

ସମ୍ବଲପୁର : ବୁର୍ଲା ମେଡିକାଲରେ ଭର୍ତ୍ତି ସମ୍ବଲପୁର ଜେଲର ବିଚାରାଧିନ କଏଦୀ ପ୍ରକାଶ ଓରଫ ବଣ୍ଟି ସୁନା(୨୫)ଙ୍କ ମୃତ୍ୟୁ ହୋଇଛି। ଜନ୍ମରୁ ସିକଲିନ ରୋଗୀ ଥିବା ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ୧୭ ତାରିଖରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଭୋରରେ ବଣ୍ଟିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ସିକ୍‌ଲିନ୍‌ ରୋଗୀ ବୋଲି ଜେଲ୍‌ ଅଧୀକ୍ଷକ ଏବଂ ଜେଲର୍‌ ଅବଗତ ଥିଲେ। ଏହା ସତ୍ତ୍ବେ ତାଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନହେବାରୁ ପୁଅର ମୃତ୍ୟୁ ହୋଇଛି ବୋଲି ବଣ୍ଟିଙ୍କ ବାପା ପୁରନ୍ଦର ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଜେଲ ଅଧୀକ୍ଷକ, ଜେଲରଙ୍କ ବିରୋଧରେ ସମ୍ବଲପୁର ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ମାନବାଧିକାର କମିସନଙ୍କୁ ଲିଖିତ ଭାବରେ ଜଣାଇବେ ବୋଲି କହିଛନ୍ତି ପୁରନ୍ଦର।

ଅନ୍ୟପକ୍ଷରେ ମଣ୍ଡଳ ଜେଲ୍‌ ଜେଲର୍‌ ସୌଭାଗ୍ୟ ବଳ କହିଛନ୍ତି, ବଣ୍ଟିଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ। ସେ ଏଥିପୂର୍ବରୁ ବି ଜେଲକୁ ଆସିଥିଲେ। ସେହି ସମୟରେ ଚିକିତ୍ସା ବ୍ୟବସ୍ଥା କରାଯାଇ ଥିଲା। ବର୍ତ୍ତମାନ ମଧ୍ୟ ଆସିବା ପରେ ଜେଲରେ ଥିବା ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଥିଲା।

ସୂଚନାଯୋଗ୍ୟ, ବୁର୍ଲା ଜ୍ୟୋତି ବିହାର ୟୁଜି ଏମ୍‌ଇ ସ୍କୁଲ ଶିକ୍ଷକ ପୁରନ୍ଦର ସୁନା ଏବଂ ଅନିତାଙ୍କ ଏକମାତ୍ର ପୁଅ ବଣ୍ଟିଙ୍କୁ ସେପ୍ଟେମ୍ବର ୮ ତାରିଖରେ ବୁର୍ଲା ପୁଲିସ ଗିରଫ କରିଥିଲା। ଜାମିନ୍‌ ନାମଞ୍ଜୁର ‌ହେବାରୁ ସେ ୯ ତାରିଖରେ ଜେଲ ହାଜତକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe