ସୁନ୍ଦରଗଡ଼ରେ ହାଜତ ମୃତ୍ୟୁ : ନାବାଳିକା ବିକ୍ରି ମାମଲାରେ ମଧ୍ୟପ୍ରଦେଶରୁ ଗିରଫ ହୋଇଥିଲେ

sundayobserver.lk

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ବ୍ଲକ ସ୍ଥିତ ଧରୁଆଡିହି ଥାନାରେ ଘଟିଛି ଏକ ହାଜତ ମୃତ୍ୟୁ। ମାନମୁଣ୍ଡା ନାବାଳିକା ଚାଲାଣ ଓ ବିକ୍ରି ମାମଲାରେ ଶୁକ୍ରବାର ସ୍ଥାନୀୟ ପୁଲିସ ୍ସହ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ରେହେଲା ଥାନା କୋଶଳପିପିଆ ଗ୍ରାମରୁ ଅଭିଯୁକ୍ତ ସୁନିଲ ଲୋଧି (୩୪)ଙ୍କୁ ଗିରଫ କରିଥିଲା। ଗିରଫ ପରେ ତାକୁ ଧରୁଆଡିହି ଥାନାକୁ ଆଣିଥିଲା। ରାତିରେ ଧରୁଆଡିହି ଥାନା ହାଜତରେ ତାକୁ ରଖାଯାଇଥିଲା, ଆଜି କୋର୍ଟ ଚାଲାଣ କରାଯାଇଥାନ୍ତା। କିନ୍ତୁ ଆଜି ଭୋର୍ ୫ଟାରେ ତାର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି।

ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ବଳଭଦ୍ର ଦୀପଙ୍କ କହିବ‌ା ଅନୁଯାୟୀ, ଭୋର୍ ୫ଟାରେ ସୁନିଲ ବାଥ୍‌ରୁମକୁ ଯାଇ ବେକରେ ଗାମୁଛା ଦେଇ କବାଟ ଚଉକାଠରେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ତାକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପରେ ସେଠାରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ତା’ର ମୃତ୍ୟୁ ହୋଇଯାଇଛି। ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମର୍ଗ ହାଉସରେ ରଖାଯାଇ ତା’ ପରିବାରକୁ ଖବର ଦିଆଯାଇଛି। ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବ। ବ୍ୟବଚ୍ଛେଦ ରିପୋର୍ଟ ହିଁ ମୁତ୍ୟୁର ପ୍ରକୃତ ଚିତ୍ର ସାମ୍‌ନାକୁ ଆଣିବ ବୋଲି କୁହାଯାଉଛି।

ତେବେ ସୁନିଲ ଲୋଧିର ମୃତ୍ୟୁକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି। ଗତକାଲି ସୁନ୍ଦରଗଡ଼କୁ ଆଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଧରୁଆଡିହି ଥାନାକୁ ନିଆଯାଇଥିଲା। ସେଠାରେ ଥାନା ହାଜତରେ ସୁନିଲକୁ ରଖାଯାଇଥିଲା। ଭୋର ୫ଟାରେ ସେ ଥାନା ଭିତରେ ଥିବା ବାଥ୍‌ରୁମ୍‌ ଫାଇବର୍‌ କବାଟ ଫ୍ରେମ୍‌ (ଚଉକାଠ)ରେ ବେକରେ ଗାମୁଛା ଦେଇ ଝୁଲିପଡ଼ିଥିବା ପୁଲିସ କହିଛି। ତେବେ ଥାନାରେ ସେତେବେଳେ ଡିସିଓ ବି.କେ. ପଟେଲ ଓ ସେଣ୍ଟ୍ରି ବୈକୁଣ୍ଠ ନାଏକ ଉପସ୍ଥିତ ଥିଲେ। ତେବେ ସୁନିଲ ବାଥ୍‌ରୁମ୍‌କୁ ଯାଇ କବାଟରେ ଝୁଲିପଡ଼ି ଆତ୍ମହତ୍ୟା ଉଦ୍ୟମ କରିବା ସେମାନେ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe