ରାଜଗାଙ୍ଗପୁରରେ ହାଜତ ମୃତ୍ୟୁ

ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ହଡ଼ପ ହୋଇଥିଲା, ଜନସେବା କେନ୍ଦ୍ରର ମାଲିକ ଥାନାରେ ଅଟକ ଥିଲେ

ରାଜଗାଙ୍ଗପୁରରେ ହାଜତ ମୃତ୍ୟୁ

ରାଉରକେଲା/ ରାଜଗାଙ୍ଗପୁର : କୁତ୍ରା ବ୍ଲକ୍ ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରରେ ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ବିଭିନ୍ନ ହିତାଧିକାରୀଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ମାମଲାରେ ରାଜଗାଙ୍ଗପୁର ଥାନାରେ ଅଟକ ଥିବା ଜୟ ଲାକ୍ରା (୩୦)ଙ୍କର ହାଜତ ମୃତ୍ୟୁ ଘଟିଛି। ଆଜି ରାତି ୮ଟା ବେଳେ ତାଙ୍କ ଶବ ହାଜତ ଭିତରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଜୟ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କାରଣରୁ ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରରୁ ରାଇକାକଚ୍ଚାର ଗ୍ରାମର ରବୀନ୍ଦ୍ର ଲାକଡ଼ାଙ୍କ ଖାତା ନମ୍ବର ୩୫୨୫୦୦୭୮୨୧୧ରୁ ୯୦ ହଜାର ଟଙ୍କା ଗତ ୨୦ ଓ ୨୧ନଭେମ୍ବରରେ କେହି ଉଠାଇ ନେଇଥିଲା। ଏହା ପୂର୍ବରୁ ୫୦ରୁ ଅଧିକ ଜମାକାରୀଙ୍କ ଖାତାରୁ ୩ରୁ ୧୦ ହଜାର ଟଙ୍କା ଲେଖାଏଁ କରି ୧୦ ଲକ୍ଷ ଟଙ୍କା ହଡ଼ପ ହୋଇଛି। ରବିନ୍ଦ୍ରଙ୍କର ଏତଲାକୁ ଭତ୍ତି କରି ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ କରି ଜୟଙ୍କୁ ଥାନାକୁ ଆଣି ପଚରା ଉଚରା କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe