Public App
କୁହିକା : ଚଣ୍ଡିଖୋଲ-ଲୁହୁରଚଟି ୫୩ ନମ୍ବର ଜାତୀୟ ରାଜପଥର ସୁକିନ୍ଦା ଥାନା ଦୁଧୁଯୋରୀ ପଞ୍ଚାୟତ ମଙ୍ଗଳପୁର ଜଙ୍ଗଲ ରାସ୍ତା କଡ଼ରେ ଏକ କଟାଗୋଡ଼ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଆଜି ସକାଳୁ ଏହା ଦେଖିବା ପରେ ସୁକିନ୍ଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କଟାଗୋଡ଼କୁ ଜବତ କରିଛି। ଗୋଡ଼ଟି ଜଙ୍ଘ ପାଖରୁ ଛିଡ଼ି ଯାଇଥିବା ବେଳେ କଳା ପଡ଼ିଯାଇଛି।
ହେଲେ କଟା ଗୋଡ଼ରେ ନଖ ଲାଗି ରହିଥିବାରୁ ଅଳ୍ପ କିଛିଦିନ ତଳେ ଗୋଡ଼ଟି କଟାଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛି। ତେବେ ଏହାଏକ ହତ୍ୟାକାଣ୍ଡ ହୋଇଥାଇପାରେ ଓ ଶରୀରର ଅବଶିଷ୍ଟ ଅଂଶ ନିକଟବର୍ତ୍ତୀ ଅଞ୍ଚଳରେ ପଡ଼ିଥିବା ନେଇ ଆଲୋଚନା ହେଉଛି।
Follow Us