‘କଟ୍‌ନି ଛଟ୍‌ନି ସମ୍ପୂର୍ଣ୍ଣ ବନ୍ଦ ହେବ’: ଖରିଫ ଧାନ ସଂଗ୍ରହ ପ୍ରସ୍ତୁତିର ସମୀକ୍ଷା

ଆସନ୍ତାକାଲିଠୁ ବରଗଡ଼ ଜିଲ୍ଲାରେ ଖରିଫ ଧାନକିଣା ଆରମ୍ଭ ହେବ। ଏହାସହ ୮ ଡିସେମ୍ବରରେ ସୋହେଲାଠାରେ ଆୟୋଜିତ ହେବାକୁ ଥିବା ବଡ଼ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଇନ୍‌ପୁଟ୍‌ ସବସିଡି ପ୍ରଦାନ କରିବେ।

ggdjgdjgjdgj

ବରଗଡ଼: ଆସନ୍ତାକାଲିଠୁ ବରଗଡ଼ ଜିଲ୍ଲାରେ ଖରିଫ ଧାନକିଣା ଆରମ୍ଭ ହେବ। ଏହାସହ ୮ ଡିସେମ୍ବରରେ ସୋହେଲାଠାରେ ଆୟୋଜିତ ହେବାକୁ ଥିବା ବଡ଼ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଇନ୍‌ପୁଟ୍‌ ସବସିଡି ପ୍ରଦାନ କରିବେ। ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ବରଗଡ଼ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରି ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହ ମଣ୍ଡିରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟ୍‌ନି ଛଟ୍‌ନି ଭଳି ବିଭିନ୍ନ ଅବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଚାଷୀଙ୍କ ସୁବିଧାକୁ ଗୁରୁତ୍ବ ଦେଇ ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ଓ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ୍‌, ପାଇଖାନା, ସିସିଟିଭି ଓ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଉପଲବ୍ଧ କରିବାକୁ କହିଥିଲେ। କାଳବଜାର ରୋକିବା ନିମନ୍ତେ ଜିଲ୍ଲା, ଉପଖଣ୍ଡ ଏବଂ ସମସ୍ତ ମଣ୍ଡି କଣ୍ଟ୍ରୋଲ ରୁମ୍‌ରୁ ଟୋଲ ଫ୍ରି ନମ୍ବରରେ ଆସୁଥିବା ସମସ୍ତ ଅଭିଯୋଗକୁ ଲିପିବଦ୍ଧ କରି ସେଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନେବା ସହ ମଣ୍ଡିର ସିସିଟିଭି ଲାଇଭ ଫୁଟେଜ୍‌କୁ ୨୪ ଘଣ୍ଟା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଦୁଇଦିନିଆ ବରଗଡ଼ ଗସ୍ତ
ଖରିଫ ଧାନ ସଂଗ୍ରହ ପ୍ରସ୍ତୁତିର ସମୀକ୍ଷା

ପ୍ରତ୍ୟେକ ଆର୍‌ଏମ୍‌ସି ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ଧାନର ଏଫ୍‌ଏକ୍ୟୁ ମାନ ଓ ଇନ୍‌ପୁଟ୍‌ ସବସିଡି ବିଷୟରେ ଚାଷୀଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍‌ଏମ୍‌ସିର ଅଧ୍ୟକ୍ଷମାନଙ୍କୁ ଗାଁ ଗାଁ ବୁଲି ଚାଷୀମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବାକୁ କହିଥିଲେ।  ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀମାନଙ୍କୁ ଟୋକନ୍ ଦେବା ବ୍ୟବସ୍ଥା କରିବା, କଳାବଜାର କିମ୍ବା ଆବଶ୍ୟକୀୟ ଧାନ ପଡ଼ୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେ ପୁଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଓ ମଧୁଛନ୍ଦା ସାହୁ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଳ ମୋତିରାମ ଚୌହାନ, ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ପଦ୍ମପୁର ଉପଜିଲ୍ଲାପାଳ ଆରାଗୁଲା ସ୍ନେହା, ଆର୍‌ଏମସି କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହି ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତି ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe