ଆଳୁ ମହଜୁଦ ସତ୍ତ୍ବେ କଟକଣା! ବୁଝିହେଉନି ପଶ୍ଚିମବଙ୍ଗ ଉଦ୍ଦେଶ୍ୟ

Advertisment

ପଶ୍ଚିମବଙ୍ଗରେ ଯଥେଷ୍ଟ ପରିମାଣର ଆଳୁ ରହିଛି। ଯେତିକି ଆଳୁ ରହିଛି, ତାହା ନିଜ ରାଜ୍ୟ ସହ ପଡ଼ୋଶୀ ରାଜ୍ୟର ଚାହିଦା ବି ମେଣ୍ଟାଇ ପାରିବ। ଏକଥା ପଶ୍ଚିମବଙ୍ଗର ବ୍ୟବସାୟୀ ସଂଘ କହୁଛି।

ପଶ୍ଚିମବଙ୍ଗରେ ଯଥେଷ୍ଟ ପରିମାଣର ଆଳୁ ରହିଛି। ଯେତିକି ଆଳୁ ରହିଛି, ତାହା ନିଜ ରାଜ୍ୟ ସହ ପଡ଼ୋଶୀ ରାଜ୍ୟର ଚାହିଦା ବି ମେଣ୍ଟାଇ ପାରିବ। ଏକଥା ପଶ୍ଚିମବଙ୍ଗର ବ୍ୟବସାୟୀ ସଂଘ କହୁଛି।

daggdadgagad

ଜଳେଶ୍ୱର: ପଶ୍ଚିମବଙ୍ଗରେ ଯଥେଷ୍ଟ ପରିମାଣର ଆଳୁ ରହିଛି। ଯେତିକି ଆଳୁ ରହିଛି, ତାହା ନିଜ ରାଜ୍ୟ ସହ ପଡ଼ୋଶୀ ରାଜ୍ୟର ଚାହିଦା ବି ମେଣ୍ଟାଇ ପାରିବ। ଏକଥା ପଶ୍ଚିମବଙ୍ଗର ବ୍ୟବସାୟୀ ସଂଘ କହୁଛି। ଏହାସତ୍ତ୍ବେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣରେ କାହିଁକି କଟକଣା ଲଗାଇଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣେ ଆଳୁ ଯୋଗାଣ ବନ୍ଦ ହେବା ଫଳରେ ଏହାର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିଛି। ଉତ୍ତର ବାଲେଶ୍ବରରେ ଅଧିକାଂଶ ଗୋଦାମରେ ଏବେ ତାଲା ଝୁଲୁଛି। ବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି। 

ପଶ୍ଚିମବଙ୍ଗ ବ୍ୟବସାୟୀ କ୍ଷୁବ୍ଧ
ଓଡ଼ିଶାରେ ପ୍ରଭାବ ପଡ଼ିଲା

ଓଡ଼ିଶାକୁ ଆଳୁ ଯୋଗାଣରେ କଟକଣା ଲଗାଇବାକୁ ନେଇ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ଗୋଟିଏ ପଟେ ସେମାନଙ୍କର କୋଟିକୋଟି ଟଙ୍କା ବାକି ପଡ଼ିଥିବା ବେଳେ ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତି ପରେ ସେମାନଙ୍କ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି। ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ଜଣେ ରାଜ୍ୟ ପଦାଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି, ବ୍ୟବସାୟୀଙ୍କ ସହ କୌଣସି ଆଲୋଚନା ନକରି ଆଳୁ ରପ୍ତାନି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଏପରି ଆକସ୍ମିକ ନିର୍ଦ୍ଦେଶ ଦେବା ସେମାନଙ୍କୁ କ୍ଷତି ପହଞ୍ଚାଇବ। ବର୍ତ୍ତମାନ ପଶ୍ଚିମ ମେଦିନୀପୁର, ବର୍ଦ୍ଧମାନ, ଦକ୍ଷିଣ ଚବିଶ ପ୍ରଗଣା, ହୁଗୁଳି, ଚନ୍ଦ୍ରକଣା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଯେତିକି ଆଳୁ ମହଜୁଦ ଅଛି ତାହା ପଶ୍ଚିମବଙ୍ଗ ସହିତ ପଡ଼ୋଶୀ ରାଜ୍ୟର ଚାହିଦା ମେଣ୍ଟାଇ ପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ସଭାପତି ଲାଲୁ ମୁଖାର୍ଜୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ରାଜ୍ୟର ସମସ୍ତ ଆଳୁ ବ୍ୟବସାୟୀଙ୍କ ସହ ଆମେ ଯୋଗାଯୋଗରେ ଅଛୁ। ସେମାନଙ୍କ ପ୍ରସ୍ତାବ ଅନୁଯାୟୀ ହୁଗୁଳି ଜିଲ୍ଲାର ତାରକେଶ୍ବରଠାରେ ଏକ ବୈଠକ ହେବାକୁ ନିଷ୍ପତ୍ତି ହୋଇଛି। ସେହି ବୈଠକରେ ଯାହା ସ୍ଥିର ହେବ ସମସ୍ତ ଆଳୁ ବ୍ୟବସାୟୀ ମାନିନେବେ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଆଳୁ ଯୋଗାଣ ବନ୍ଦ ହେବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ପଶ୍ଚିମବଙ୍ଗ ପୁଲିସ କେସିଆଡ଼ି ଥାନା, ଦାନ୍ତୁନ ଥାନା, ବେଲଦା ଥାନା,ଏଗ୍ରା ଥାନା, ରାମନଗର, ମୋହନପୁର ଓ ଦୀଘା ଆଦି ଥାନା ଅଞ୍ଚଳରୁ ଓଡ଼ିଶାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକରେ ପହରା ବ୍ୟବସ୍ଥାକୁ ଜୋର୍‌ଦାର୍‌ କରିବାରୁ ଗତ ଦୁଇଦିନ ହେବ ଆଳୁ ଆସୁନାହିଁ। ଦୁଇଦିନ ପୂର୍ବେ ସ୍ଥାନୀୟ ବଜାରରେ ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି ୫୦ ଟଙ୍କାରେ ବିକ୍ରି ହୋଇଛି। ଓଡ଼ିଶାର ଗ୍ରାହକମାନେ ଆଗକୁ ଆଳୁଦର ଆହୁରି ବଢ଼ିବ ବୋଲି ଆଶଙ୍କା କରି ୫ରୁ ୧୦ କିଲୋ ଲେଖାଏଁ କିଣି ନେଉଛନ୍ତି। କେହି ପୂରା ଆଳୁ ବସ୍ତା ଉଠାଇ ନେଉଛନ୍ତି। ଜଳେଶ୍ୱର ଷ୍ଟେସନବଜାର ବ୍ୟବସାୟୀ ରବିନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ, ଜଳେଶ୍ୱର ବଜାରକୁ ପ୍ରତିଦିନ ପାଖାପାଖି ୭ ଟ୍ରକ୍ ଅର୍ଥାତ୍ ୭୫ ଟନ୍ ଆଳୁ ଆସିଥାଏ। ଏହି ଆଳୁ ଜଳେଶ୍ୱର ସମେତ ବାଲେଶ୍ୱର ଜିଲ୍ଲା ଓ ମୟୂରଭଞ୍ଜର କିଛିକିଛି ଅଞ୍ଚଳକୁ ଯାଇଥାଏ। ଗତ ୨୭ ତାରିଖରୁ ଆଳୁ ଆସି ନଥିବାରୁ ଉତ୍ତର ବାଲେଶ୍ୱରର ୯୦ ପ୍ରତିଶତ ଗୋଦାମରେ ତାଲା ଝୁଲୁଥିବା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe