କଟକ ଓ ଆଖପାଖ ଅଞ୍ଚଳକୁ ମଡେଲ୍‌ ଅଞ୍ଚଳ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

Advertisment

ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି।

ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି।

ssfsxxcxc

ଭୁବନେଶ୍ୱର: ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ କଟକ ସହରର ଓଏମ୍‌ପି ଅଞ୍ଚଳରେ ଭେଣ୍ଡିଂ ଜୋନ, ଏକ ବୃହତ୍‌ କନ୍‌ଭେନସନ ସେଣ୍ଟର ସ୍ଥାପନ, ରାଣୀହାଟ ଅଞ୍ଚଳର ଉନ୍ନତୀକରଣ, ପ୍ରେସ୍‌ ଛକ ଅଞ୍ଚଳରେ ଏକ ପାର୍କ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏତଦ୍‌ ବ୍ୟତୀତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସତ୍ୟଭାମାପୁରର ସମନ୍ୱିତ ବିକାଶ, ସିଏମ୍‌ସି ଓ ସିଡିଏ ଅଞ୍ଚଳ ପାଇଁ ଡ୍ରେନେଜ୍ ମାଷ୍ଟର ପ୍ଲାନ୍, ମହାନଦୀରେ ବ୍ୟାରେଜ୍ ଯୋଜନା, ବଡମ୍ବା ସୁଗାର ମିଲ ଓ ଭଗତପୁର କଟନ ମିଲର ପୁନଃ କାର୍ଯ୍ୟକାରିତା ଓ ଉପଖଣ୍ଡସ୍ତରୀୟ ଶୀତଳଭଣ୍ଡାର ନିର୍ମାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କଟକ ସାଂସଦ
ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା

ବୈଠକରୁ ଜଣାପଡ଼ିଛି, ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବା  ଏବଂ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ସଚିବଙ୍କୁ ପରାମର୍ଶ ଦେଇଥିଲେ।  ଅଧିକ ମିଳିତ ପ୍ରୟାସ ଦ୍ୱାରା କଟକ ଜିଲ୍ଲା ଏବଂ ତାହାର ଉପଖଣ୍ଡ ଅଞ୍ଚଳକୁ ଏକ ଆଧୁନିକ ଓ ସମୃଦ୍ଧ ମଡେଲ୍ କ୍ଷେତ୍ର ବନେଇବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe