ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୧୦ ମୃତକଙ୍କ ପରିଚୟ ମିଳିଲା

ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୧୦ ମୃତକଙ୍କ ପରିଚୟ ମିଳିଲା

କଟକ: ମଙ୍ଗଳବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ  ଯାତ୍ରୀବାହୀ ବସ ‘ଜଗନ୍ନାଥ’  କଟକର ଜଗତପୁରଠାରେ ପୋଲ ବାଡ଼ ଡେଇଁ ମହାନଦୀକୁ ଖସିପଡ଼ିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ୧୦ ଜଣ ମୃତକଙ୍କ ପରିଚୟ ମିଳିପାରିଛି ।

ମୃତକମାନେ ହେଲେ ଅନିତା ଆଚାର୍ଯ୍ୟ, ବସନ୍ତ କୁମାର ପ୍ରଧାନ (ହୋଲିପୁର, କଟକ), ଅଶ୍ୱିନୀ କୁମାର ବେହେରା (କଟକ, ନରସିଂହପୁର), ମାନସ ତ୍ରିପାଠୀ ( ଗୋପାଳପୁର,ବାଲେଶ୍ବର) , ସନ୍ତୋଷ କୁମାର ଦାସ (ରାଉରକେଲା), ମିନତୀ ବେହେରା (ମୋଟୋଗାଁ, ଢେଙ୍କାନାଳ)  କୁମାର ସୌମ୍ୟରଞ୍ଜନ ( ନୟାଗଡ଼) ଓ ବର୍ଷା ବରଣୀ ପାଣି ( ଚନ୍ଦ୍ରଶେଖରପୁର ଭୁବନେଶ୍ୱର) । ଏଥିସହ ଦୁଇ ମୃତକଙ୍କ ନିକଟରୁ  ପୂର୍ଣ୍ଣଚନ୍ଦ୍ର ମହାରଣା ଓ ପି.କେ ମହାପାତ୍ର ନାମ ଥିବା ମନିପର୍ସ ମିଳିଛି। ଏମାନେ ମୃତ୍ୟୁ ମୁଖରେ ପଡ଼ିଥିବା ଅାଶଙ୍କା କରାଯାଉଛି।  ଅନ୍ୟ ୨ଜଣ ମୃତକଙ୍କ ପରିଚୟ ମିଳିପାରି ନାହଁ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ମିଳିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବହୁ ସଂଖ୍ୟାରେ ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe