କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ୍ କରିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment

ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ

ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ

କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ୍ କରିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ସଂପୂର୍ଣ୍ଣ ସାନିଟାଇଜ ହେବ କଟକ ସହର । କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ । ଆଇନଜୀବୀ ଦିଲ୍ଲୀପ ରାୟ ଦାୟର କରିଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟର ବିଭିନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସେଠାରେ ସ୍ୱଚ୍ଛତା ଏବଂ ପରିଚ୍ଛନତାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତ ଅଞ୍ଚଳକୁ ଅବରୋଧ କରି ଏହାକୁ ସାନିଟାଇଜ୍ କରାଯାଉଛି । ଭୁବନେଶ୍ୱରରୁ ଆରମ୍ଭ କରି ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲା ଗୁଡ଼ିକରେ ଅଧିକ ମାତ୍ରାରେ ସାନିଟାଇଜ୍ କରିବାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୁଲିସଙ୍କ ସହାୟତାରେ ସ୍ୱଚ୍ଛ ହେଉଛି ସହରଠୁ ଗାଁ ଗହଳି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe