ସିଏମ୍‌ସି କାର୍ଯ୍ୟାଳୟ ଘେରାଉ ବେଳେ ପୁଲିସ-ବିଜେପି କର୍ମୀ ମୁହାଁମୁହିଁ : ଅତିରିକ୍ତ ଡିସିପିଙ୍କ ସମେତ ୪ ପୁଲିସ ଆହତ

ସିଏମ୍‌ସି କାର୍ଯ୍ୟାଳୟ ଘେରାଉ ବେଳେ ପୁଲିସ-ବିଜେପି କର୍ମୀ ମୁହାଁମୁହିଁ : ଅତିରିକ୍ତ ଡିସିପିଙ୍କ ସମେତ ୪ ପୁଲିସ ଆହତ

କଟକ: ଗୁରୁବାର କଟକ ମହାନଗର ନିଗମ (ସିଏମ୍‌ସି ) କାର୍ଯ୍ୟାଳୟକୁ ବିଭିନ୍ନ ଦାବି ନେଇ ବିଜେପି କର୍ମୀ ଘେରାଉ କରିଥିବା ବେଳେ ପୁଲିସ୍‌ ସହ ମୁହାଁମୁହଁ ହୋଇଛି। ବିଜେପି କର୍ମୀମାନେ କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ବିଲାତି ବାଇଗଣ ଫିଙ୍ଗିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

publive-image

ପୁଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇବାକୁ ଗଲା ବେଳେ ସେମାନେ ଢେଲାମାଡ଼ କରିଥିଲେ। ଫଳରେ ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟଙ୍କ ସମେତ ୩ ଜଣ କନେଷ୍ଟବଲ୍‌ଙ୍କ ଉପରେ ଢେଲା ବାଜିବାରୁ ସେମାନେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସିଟି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ଆୟତ୍ତ କରିବା ପାଇଁ ସଂପୃକ୍ତ ଅଞ୍ଚଳରେ ୪ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ କି, ମଶାତେଲ ଦୁର୍ନୀତିର ତଦନ୍ତ ଓ ଜାଇକା ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ନେଇ କଟକ ନଗର ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ନେତୃତ୍ୱରେ ଗୁରୁବାର ସିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe