କଟକ ସହରରୁ ଆଜି ୬୩ କରୋନା ପଜିଟିଭ୍‌ ଚିହ୍ନଟ, ୭୨ଜଣ ସୁସ୍ଥ

କଟକ ସହରରୁ ଆଜି ୬୩ କରୋନା ପଜିଟିଭ୍‌ ଚିହ୍ନଟ, ୭୨ଜଣ ସୁସ୍ଥ

କଟକ: କଟକ: ଆଜି କଟକ ସହରରୁ ମୋଟ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୮ ଜଣ ଓ ସ୍ଥାନୀୟ ଅଂଚଳରୁ ୩୫ ଜଣ ଅଛନ୍ତି। ଏହା ସହ ଆଜି ୨୪ ଘଣ୍ଟାରେ ୭୨ଜଣ ସୁସ୍ଥ ହୋଇଛନ୍ତି | କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୯ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସିଡିଏ ଦେହୁରୀ ସାହି ଗୋପାଳପୁରରୁ ୬ଜଣ, ନୂଆବଜାରରୁ ୩ଜଣ, ଜଗତପୁରରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୬୩ ଜଣ ଅଛନ୍ତି। ତେବେ ଏ ପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୫୫୫ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୬୬ ଜଣ ଚିକିତ୍ସାଧୀନ ଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗତ ୪ ଦିନ ହେଲାଣି କଟକ ସହରରୁ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe