ପିପିଲି ଥାନାରେ ୬ ଅଭିଯୁକ୍ତଙ୍କୁ ମାଡ଼ ମରା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି

ପିପିଲି ଥାନାରେ ୬ ଅଭିଯୁକ୍ତଙ୍କୁ ମାଡ଼ ମରା ଘଟଣାର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି

Patrika.com ( Representational)

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ଥାନାରେ ୬ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଥିବା ଘଟଣାର ତଦନ୍ତ କରାଯିବ। କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜ ଡିଆଇଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ରାଜ୍ୟ ପୁଲିସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହଯାଉଛି। ଆଜି ଏହି ଘଟଣା ସମ୍ବାଦରେ ପ୍ରକାଶ ପାଇବା ପରେ ବିଧାନସଭାରେ ବିରୋଧୀ ପକ୍ଷ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏହପରେ ଅପରାହ୍ଣରେ ପୁଲିସ ପକ୍ଷରୁ ଘଟଣାର ଡିଆଇଜିସ୍ତରୀୟ ତଦନ୍ତ ଘୋଷଣା କରାଯାଇଛି।

publive-image

ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖ ଦିନ ପିପିଲି ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଏକ ଆକ୍ରମଣ ଘଟଣାରେ ଗିରଫ କରିଥିଲା। ପିପିଲି ଥାନାରେ ପୁଲିସ ଇନଫର୍ମର ଥିବ‌ା ସ‌ାଜିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବ୍ରାଉନ ସୁଗାର ଚୋରାଚାଲାଣକୁ ଧରାଇ ଦେଇଥିଲେ। ଏହି ଘଟଣାକୁ ନେଇ ଗିରଫ ଅଭିଯୁକ୍ତମାନେ ସାଜିଦକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପିପିଲି ପୁଲିସ ଚଢ଼ଉ କରି ୬ ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଦୁଇଟି ଖଣ୍ଡା ଓ ବାଇକ ଜବତ କରିଥିଲା। ସାଜିଦକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ପୁଲିସ ଅଭିଯୁକ୍ତମାନଙ୍କୁ ଭୀଷଣ ମାଡ଼ ମାରିଛନ୍ତି। ଦୀର୍ଘ ୭ ଦିନ ଧରି ମାଡ଼ ମରାଯାଇଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ଲାଷ୍ଟିକ୍‌ ପାଇପ, ରୋଲ ବାଡ଼ି ପଛ ପଟେ ପୂରାଇ ଦିଆ‌ଯାଇଛି। ନଖ ତଡ଼ା ଯାଇଥିବା ନେଇ ଚର୍ଚ୍ଚା ହେଉଛି। ମାଡ଼ରେ ଅଭିଯୁକ୍ତମାନଙ୍କ ମାଂସ ପଚିଯିବା‌ ଅବସ୍ଥାକୁ ଆସିଯାଇଛି। ପୁଲିସର ଏଭଳି ବର୍ବରତାର ଶିକାର ହୋଇ ଅଭିଯୁକ୍ତମାନେ ମେଡିକାଲରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।

ତେବେ, ଏ ସଂପର୍କରେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ କହିଛନ୍ତି, ପୁଲିସ ଅଭିଯୁକ୍ତମାନଙ୍କୁ ମାଡ଼ ମାରିନାହିଁ। ସେମାନେ ଅସୁସ୍ଥ ଥିବା‌ରୁ ଚିକିତ୍ସ‌ାଧୀନ ରହିଛନ୍ତି ‌ବୋଲି ସଫେଇ ଦେଇଛନ୍ତି। ଏକାବେଳେ ୫ ଜଣ ଅଭିଯୁକ୍ତଙ୍କ ଦେହ କିଭଳି ଖରାପ ହେଲା, ତାହା ଏବେ ତଦନ୍ତ ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe