ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କଟକ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି

Advertisment
ବନ୍ୟା ପରିସ୍ଥିତି ମୁକାବିଲା ପାଇଁ କଟକ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି

Photo: Sambad

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପଗୁଡ଼ିକ ନିଆଯାଇ ସ୍ଥିତି ଉପରେ ନଜ଼ର ରଖାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ମିଳିଛି। ଲଘୁଚାପ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସମସ୍ୟା ଦେଖା ଦେଇଛି। ୨ଟି ବ୍ଲକ, ୪ଟି ଗ୍ରାମ ପଂଚାୟତ ଓ ୨ ଗ୍ରାମରେ ଆଂଶିକ କ୍ଷତି ଘଟିଥିବା ବେଳେ ସମୁଦାୟ ୮୩୦ ଜଣ ଲୋକ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।

ସିଏମ୍‌ସିର ୫୫ ନଂ ୱାର୍ଡରେ କିଛ ମାତ୍ରାରେ ଜଳ ପ୍ରବେଶ କରିଥିବାରୁ ନିଷ୍କାସନ ବ୍ୟବସ୍ଥା କରାଯାଉଛି। ବାଙ୍କୀ ଉପଖଣ୍ଡରେ ଅସ୍ତିଆ, ବନ୍ଦାଳ, ବାଂଶପୁଟ, କଣ୍ଟାପହଁରା ଆଦି ଗ୍ରାମଗୁଡ଼ିକରେ କିଛି ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚୁଡା ଗୁଡ଼ ଯଥେଷ୍ଟ ମହଜୁଦ ରଖାଯାଇଛି।

ଘୋଡ଼ାବର ରତାଗଡ ରାସ୍ତାରେ ବନ୍ୟାଜଳ ମାଡିଯାଇ ଥିବାରୁ ଯାତାୟତ ସୁବିଧା ନିମନ୍ତେ ଦୁଇଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି। ୬ ଜଣିଆ ଓଡ୍ରାଫ ଟିମ ଏବଂ ୬ ଜଣିଆ ଅଗ୍ନିଶମ ସେବାକୁ ନିୟୋଜିତ କରାଯାଇଥିବା ବେଳେ ସମଗ୍ର ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇ ସ୍ଥିତି ନିୟନ୍ତ୍ରଣ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସ୍ପଷ୍ଟ କରାଯାଇଛି।

ଆଜି ଏହି ପରିପ୍ରେକ୍ଷୀରେ ପ୍ରଶାସନ ତରଫରୁ ପ୍ରଭାବିତ ଅଂଚଳମାନଙ୍କରେ ଲୋକମାନଙ୍କର ସୁରକ୍ଷା ସୂଚନା ନିମନ୍ତେ ଡାକବାଜିଯନ୍ତ୍ର ଯୋଗେ ପ୍ରଚାର ମଧ୍ୟ କରାଯାଇଛି। ଏଥି ସହିତ ବନ୍ୟା ପରିସ୍ଥିତି ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାର ସମ୍ପୃକ୍ତ ଅଧିକାରୀ ମାନେ ମଧ୍ୟ ସଜାଗ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe