Image Courtesy of Zee News
କଟକ : ଗଣ୍ଡରପୁର ଡ୍ରେନେଜ ଡିଭିଜନର ନିର୍ବାହୀଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ନିଜ ଆୟ ଉତ୍ସଠାରୁ ଅଧିକ ୫୦୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।
ଶ୍ରୀ ବେହେରା ମୋଟ ୪ କୋଟି ୨୬ଲକ୍ଷ ୪୪ ହଜାର ୯୪୧ ଟଙ୍କା ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି। ଭିଜିଲାନ୍ସ ପିଏସ କେସ ନଂ ୧୭ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଗତକାଲି ୪ଟି ସ୍ଥାନରେ ଚଢଉ କରାଯାଇଥିଲା। ତାଙ୍କ ନିକଟରୁ ୬ଲକ୍ଷ ୧୭ ହଜାର ୪୬୦ ଟଙ୍କା, ୧ କେଜି ୫୫୬ ଗ୍ରାମର ସୁନା, ମହାନଦୀ ବିହାରର ଦୁଇ ମହଲା କୋଠା, ଉତ୍କଳ ହାଇଟ୍ସରେ ଏକ ଫ୍ଲାଟ୍, କଟକ, ଭୁବନେଶ୍ବରରେ ୬ଟି ମୂଲ୍ୟବାନ ପ୍ଲଟ୍, ୩୧ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍, ୧୧ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି।
Follow Us