କଟକ ହାଡ଼ିଆ ହତ୍ୟା ମାମଲା: ନିଜକୁ ବାବାଜୀ ସଜାଇ ଲୁଚିଥିଲା ହତ୍ୟା ଅଭିଯୁକ୍ତ

Advertisment

ଚଢାଉ କଲା କଟକ ସ୍ପେଶାଲ ବ୍ରାଞ୍ଚ ପୁଲିସ, ହିନ୍ଦୋଳ ସତମାଇଲରୁ ତିନି ବର୍ଷ ପରେ ଗିରଫ ହେଲା

ଚଢାଉ କଲା କଟକ ସ୍ପେଶାଲ ବ୍ରାଞ୍ଚ ପୁଲିସ, ହିନ୍ଦୋଳ ସତମାଇଲରୁ ତିନି ବର୍ଷ ପରେ ଗିରଫ ହେଲା

କଟକ ହାଡ଼ିଆ ହତ୍ୟା ମାମଲା: ନିଜକୁ ବାବାଜୀ ସଜାଇ ଲୁଚିଥିଲା ହତ୍ୟା ଅଭିଯୁକ୍ତ

ରାସୋଳ: କଟକ ବିଡାନାସି ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ରଚି ଖସି ଆସିଥିଲା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କୁନୁଆଁ ଅଞ୍ଚଳରେ ନିଜକୁ ବାବାଜୀ ବେଶ କରାଇ ଲୁଚି ରହିଥିଲା। ଚଢାଉ କଲା କଟକ ସ୍ପେସିଆଲ ବ୍ରାଞ୍ଚ। ତିନିବର୍ଷ ପରେ ବନ୍ଧା ହେଲା ହିନ୍ଦୋଳ ସତମାଇଲ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା। ତାଙ୍କ ନାଁ ଦୀପକ ମଳିକ(୪୫)। ଘର କଟକ ଜିଲ୍ଲାରେ ବୋଲି ଜଣାପଡିଛି। ପୁଲିସ ସୂତ୍ର ମୁତାବକ, କୁଖ୍ୟାତ ଅପରାଧି ଡି-ବ୍ରଦର୍ସର ସହଯୋଗୀ ହାଡ଼ିଆ ସହିତ ଗତ ୨୦୨୦ମସିହାରେ ଏହି ଦୀପକ ଓ ତାର ସାନ ଭାଇର କୌଣସି କାରଣକୁ ନେଇ ଝଗଡା ହୋଇଥିଲା।

ଦୁଇ ଭାଇ ମିଶି ଗୋଡ଼ାଇ ଗୋଡ଼ାଇ ତାକୁ ହାଣିଥିଲେ। ଘଟଣାରେ ସାନ ଭାଇ ଗିରଫ ହୋଇ ଜେଲରେ ଥିବା ବେଳେ ବଡ଼ ଭାଇ ଫେରାର ଥିଲା। ଗଲା ତିନି ବର୍ଷ ଭିତରେ ଦୀପକ ନିଜକୁ ସନ୍ୟାସ ସଜାଇ ରସୋଳ ଥାନା କୁନୁଆ ଅଞ୍ଚଳ ରେ ନିଜକୁ ଭିନ୍ନ ପରିଚୟ ଦେଇ ରହିଥିଲା। ବିଭିନ୍ନ ଗାଁରେ ବୁଲି ଲୋକଙ୍କ ହାତ ଦେଖୁଥିଲା। ସମ୍ମାନ ପାଉଥିଲା। ଲୋକେ ତାକୁ ସନ୍ୟାସ ଓ ସନ୍ଥ ଭାବି ସେବା କରୁଥିଲେ। କିନ୍ତୁ, ସେ ବ୍ୟବହାର କରୁଥିବା ମୋବାଇଲରୁ ଅଭିଯୁକ୍ତର ଅସଲ ମୁଖା ପଦାକୁ ଆସିଛି। କଟକ ସ୍ପିସିଆଲ ବ୍ରାଞ୍ଚ ଟିମ ଅଭିଯୁକ୍ତର ମୋବାଇଲ ନମ୍ବରକୁ ଟ୍ରାକ କରି କୁନୁଆଁ ଅଞ୍ଚଳ ରେ ରହୁଥିବା ଜାଣିବାକୁ ପାଇଥିଲେ। ଥାନା ଅଧିକାରୀ ବିଜୟ କୁମାର ହାଇବୃ, ତଶ୍ୱର ଅଲ୍ଲୀ ଖାଁ ମିଳିତ ଚଢାଉ କରି ଅଭିଯୁକ୍ତକୁ ସାତମାଇଲି ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତର କୌପୁନି ଓ ଦାଢ଼ିକୁ ନେଇ ପୁଲିସ ବି ଦ୍ଵନ୍ଦରେ ପଡ଼ିଥିଲା। କିନ୍ତୁ ଅଭିଯୁକ୍ତର ପୁରୁଣା ଫଟୋ କୁ ବର୍ତ୍ତମାନର ଚେହେରା ସହ ମିଶାଇଲା ପରେ ଇଏ ସେହି ଅଭିଯୁକ୍ତ ବୋଲି ପୁଲିସ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe