ଦେଢ଼ଘଣ୍ଟା ବର୍ଷାରେ କଟକ ବେହାଲ: ୭୦% ଅଞ୍ଚଳ ବୁଡ଼ିଲା, ଡ୍ରେନ୍‌ ସଫେଇ, ପାଣିପମ୍ପ ସତ ପଦାରେ ପଡ଼ିଲା

ଆଜି ସଂଧ୍ୟାରେ ଦେଢ଼ ଘଣ୍ଟାର ବର୍ଷାରେ କଟକ ସହରର ସ୍ଥିତି ବେହାଲ ହୋଇପଡ଼ିଛି। ସଂଧ୍ୟା ୭ଟାରୁ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ଭୀଷଣ ବର୍ଷାରେ ସହରର ୭୦ ପ୍ରତିଶତ ଅଞ୍ଚଳ ବୁଡ଼ିଛି। ବାଦାମବାଡ଼ି, ମାଲଗୋଦାମ, ଚଣ୍ଡୀମନ୍ଦିର, ଶିଶୁଭବନ ଭଳି ପ୍ରମୁଖ ସ୍ଥାନରେ ବର୍ଷା ପାଣି....

fffsfhhf

କଟକ: ଆଜି ସଂଧ୍ୟାରେ ଦେଢ଼ ଘଣ୍ଟାର ବର୍ଷାରେ କଟକ ସହରର ସ୍ଥିତି ବେହାଲ ହୋଇପଡ଼ିଛି। ସଂଧ୍ୟା ୭ଟାରୁ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ଭୀଷଣ ବର୍ଷାରେ ସହରର ୭୦ ପ୍ରତିଶତ ଅଞ୍ଚଳ ବୁଡ଼ିଛି। ବାଦାମବାଡ଼ି, ମାଲଗୋଦାମ, ଚଣ୍ଡୀମନ୍ଦିର, ଶିଶୁଭବନ ଭଳି ପ୍ରମୁଖ ସ୍ଥାନରେ ବର୍ଷା ପାଣି ବହୁ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ବି‌ଶେଷକରି ବାଦାମବାଡ଼ି ମୁଖ୍ୟରାସ୍ତାରେ ଦୁଇ ଫୁଟର ପାଣି ଛିଡ଼ାହୋଇ ରହିବାରୁ ଗାଡ଼ି ଚଳାଚଳ‌ରେ ସମସ୍ୟା ହୋଇଥିଲା। 

ଅନ୍ୟପଟେ ସହରର ବହୁ ଅଞ୍ଚଳ ବୁଡ଼ିଥିବା ବେଳେ ପୌର ନିଗମର ପାଣି ‌ମୋଟର ଚାଲିନଥିଲା। ପାଣି ନିଷ୍କାସନ ପାଇଁ ପୌର ନିଗମ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ ବର୍ଷା ସମୟରେ କାମରେ ନ ଆସିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ସହରର ଡ୍ରେନ୍‌ରୁ ଭାସମାନ ଆବର୍ଜନା ଉଠି ନ ଥିବାରୁ ପାଣି ନିଷ୍କାସନରେ ସମସ୍ୟା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ପାଇଁ ସହରର ବିଭିନ୍ନ ରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପାଣି ଜମିବା ସହ ତଳିଆ ଅଞ୍ଚଳର ଲୋକଙ୍କ ଘରେ ବର୍ଷା ଓ ନର୍ଦ୍ଦମା ପାଣି ପଶିଛି। ପୌର ନିଗମ ପାଣି ପମ୍ପ୍‌ ମାଧ୍ୟମରେ ବର୍ଷାଜଳ ନିଷ୍କାସନ ପାଇଁ ମାସକୁ ୭ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରୁଥିବା ବେଳେ ଏହାର ସୁଫଳ ‌ସହରବାସୀ ପାଇପାରୁ ନାହାନ୍ତି। ସେପଟେ ସହରର ଡ୍ରେନ୍‌ ‌ସଫେଇରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷା ପାଣି ନିଷ୍କାସନ ନ ହୋଇ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe