Cuttack: ବିଦ୍ରୋହୀ ଭୂମିକାରେ କଟକ ନେତା: କାହିଁକି କ୍ଷୁବ୍ଧ ମୋକିମ, ଦେବାଶିଷ, ପ୍ରଭାତ?

Advertisment

କଟକର ପ୍ରମୁଖ ନେତାମାନେ ଏବେ ନିଜ ନିଜ ଦଳରେ ବିଦ୍ରୋହୀ। ବିଭିନ୍ନ କାରଣରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ମଙ୍ଗୁଆଳ ନେତା ନିଜ ନିଜର ସ୍ଥିତିକୁ ନେଇ ଅସନ୍ତୁଷ୍ଟ। କଂଗ୍ରେସର ମହମ୍ମଦ ମୋକିମ, ସୁରେଶ ମହାପାତ୍ର....

କଟକର ପ୍ରମୁଖ ନେତାମାନେ ଏବେ ନିଜ ନିଜ ଦଳରେ ବିଦ୍ରୋହୀ। ବିଭିନ୍ନ କାରଣରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ମଙ୍ଗୁଆଳ ନେତା ନିଜ ନିଜର ସ୍ଥିତିକୁ ନେଇ ଅସନ୍ତୁଷ୍ଟ। କଂଗ୍ରେସର ମହମ୍ମଦ ମୋକିମ, ସୁରେଶ ମହାପାତ୍ର....

mokim

Photograph: (knews)

କଟକ: କଟକର ପ୍ରମୁଖ ନେତାମାନେ ଏବେ ନିଜ ନିଜ ଦଳରେ ବିଦ୍ରୋହୀ। ବିଭିନ୍ନ କାରଣରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ମଙ୍ଗୁଆଳ ନେତା ନିଜ ନିଜର ସ୍ଥିତିକୁ ନେଇ ଅସନ୍ତୁଷ୍ଟ। କଂଗ୍ରେସର ମହମ୍ମଦ ମୋକିମ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ ହୁଅନ୍ତୁ କି ବିଜେଡିର ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ କିମ୍ବା ପ୍ରଭାତ ରଞ୍ଜନ ବିଶ୍ବାଳ, ଏମାନେ ନିଜ ଦଳରେ ଖୁସି ନାହାନ୍ତି। ଶାସକ ଦଳ ବିଜେପି ଭିତରେ ବି ବରିଷ୍ଠ ନେତାମାନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ। କିନ୍ତୁ ଦଳ ଶାସନରେ ଥିବାରୁ, ନିଜର ଭବିଷ୍ୟତ ଆଶାରେ ଏହି ବରିଷ୍ଠ ନେତାମାନେ ବାହାରକୁ ନିଜର ଅସନ୍ତୋଷ ପ୍ରକାଶ କରୁ ନାହାନ୍ତି। ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍‌ ଗଲା ଦୁଇ ମାସ ଭିତରେ ଦୁଇଟି ଚିଠି ଲେଖିଲେଣି। ପ୍ରଥମ ଚିଠି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ମନ୍ତବ୍ୟକୁ ନେଇ ସେ ଲେଖିଥିଲେ। ଦ୍ବିତୀୟ ଚିଠି ସେ ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ଲେଖିଛନ୍ତି। ସୋନିଆଙ୍କୁ ଲେଖିଥିବା ଚିଠିରେ ସେ ଶରତ ପଟ୍ଟନାୟକ, ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ମୋକିମଙ୍କ ନେତୃତ୍ବରେ କଂଗ୍ରେସ ଲଗାତାର ଦୁଇଟି ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ଆସନରେ ବିଜୟୀ ହୋଇଛି। ବାରବାଟୀ-କଟକରେ ମୋକିମଙ୍କ ଝିଅ ସୋଫିଆ ଫିରଦୋସ ଏବେ ବିଧାୟିକା। କିନ୍ତୁ ମୋକିମଙ୍କୁ ଦଳ ସାଙ୍ଗଠନିକ କ୍ଷେତ୍ରରେ ଯେଉଁଭଳି ଗୁରୁତ୍ବ ଦେବା କଥା ତାହା ଦେଉ ନଥିବାରୁ, ତାହା ତାଙ୍କ ଅସନ୍ତୋଷର କାରଣ ବୋଲି କୁହାଯାଉଛି। କଂଗ୍ରେସରେ ସୁରେଶ ମହାପାତ୍ର, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ମାନସ ଚୌଧୁରୀ, ଦେବେନ୍ଦ୍ର ସାହୁଙ୍କ ଭଳି ନେତାମାନେ ବି ସନ୍ତୁଷ୍ଟ ବୋଲି କହି ହେବ ନାହିଁ।

Delhi pollution: ଦିଲ୍ଲୀ ପ୍ରଦୂଷଣ ଅନିୟନ୍ତ୍ରିତ: ଏକ୍ୟୁଆଇ ୪୪୧ ଛୁଇଁଲା

ବଦଳିବାକୁ ଥିବା ରାଜନୈତିକ ସମୀକରଣର ସଙ୍କେତ!

ବିଜେଡିରେ ସ୍ଥିତି ଧୀରେ ଧୀରେ ବିସ୍ଫୋରକ ହେବାରେ ଲାଗିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ବିଭିନ୍ନ ନିଷ୍ପତ୍ତିକୁ ଶାଣିତ ସ୍ବରରେ ସମାଲୋଚନା କରି ଚାଲିଛନ୍ତି। ଦଳର ଉପସଭାପତି ପଦରୁ ଇସ୍ତଫା ମଧ୍ୟ ଦେଇ ସାରିଲେଣି। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଦଳର ବିଭିନ୍ନ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ। ଦଳୀୟ କାର୍ଯ୍ୟକ୍ରମକୁ ସେ ନିଜ ଅଞ୍ଚଳରେ ଆଉ ଆଗକୁ ବଢାଉ ନାହାନ୍ତି। ପ୍ରଭାତ ନିଜେ ୩ଥର ଜିତିବା ସହିତ ତାଙ୍କ ପୁଅ ସୌଭିକ ବିଶ୍ବାଳଙ୍କୁ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ଜିତାଇବାରେ ସଫଳ ହୋଇଛନ୍ତି। ଦଳ‌ରେ ତାଙ୍କୁ ଗୁରୁତ୍ବ ଦିଆ ନଯିବା ତାଙ୍କ ଅସନ୍ତୋଷର କାରଣ। ପୂର୍ବତନ ବିଧାୟକ, ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ଅସନ୍ତୁଷ୍ଟ। ତାଙ୍କ ପରେ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀରୁ ଲଗାତାର ଭାବେ ଦୁଇ ଥର ନିର୍ବାଚିତ ହେଲେଣି। ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ବି ଦଳର କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। 

Delhi blast incident: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌: ୨ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ, ଅଭିଯୁକ୍ତଙ୍କ ଆକାଉଣ୍ଟରେ ବିପୁଳ ଆର୍ଥିକ କାରବାର

ଦେବାଶିଷ, ମୋକିମ, ପ୍ରଭାତଙ୍କ ଅସନ୍ତୋଷ ଏବେ କଟକ ରାଜନୀତିରେ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଥିବା ଚିତ୍ରର ସ‌‌ଙ୍କେତ ବୋଲି କୁହାଯାଉଛି। ବାରବାଟୀ-କଟକ, ଚୌଦ୍ବାର-କଟକ ହେଉ କି ଦେବାଶିଷଙ୍କ ମୂଳ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ, ସବୁଠି ଶାସକ ଦଳ ବିଜେପିର ସ୍ଥିତି ଅପେକ୍ଷାକୃତ ଦୁର୍ବଳ। ବରିଷ୍ଠ ନେତାଙ୍କ ଅସନ୍ତୋଷ ଏସବୁ ଅଞ୍ଚଳରେ ଶାସକ ଦଳର ପରିବର୍ତ୍ତିତ ରଣନୀତିର ଅଂଶବିଶେଷ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe