Telegraph India
କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଆହ୍ବାନ କ୍ରମେ ରବିବାର ହେଉଥିବା ‘ଜନତା କର୍ଫ୍ୟୁ’କୁ ମାଲଗୋଦାମ ବ୍ୟବସାୟୀମାନେ ସମର୍ଥନ ଜଣାଇଛନ୍ତି। ଏହି ଦିନ ମାଲଗୋଦାମ ସ˚ପୂର୍ଣ୍ଣ ବନ୍ଦ ରହିବ। କିନ୍ତୁ କରୋନା ସତର୍କତା ପାଇଁ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିନ ୧୦ଟାରୁ ସ˚ଧ୍ୟା ୬ଟା ପର୍ଯ୍ୟନ୍ତ ମାଲଗୋଦାମ ଖୋଲା ରହିବ ବୋଲି କଟକ ଚାମ୍ବର ଅଫ୍ କମର୍ସ ପକ୍ଷରୁ କୁହାଯାଇଛି। ଏଥି ସହିତ ସ˚ଘ ପକ୍ଷରୁ ସ୍ଥାନୀୟ ବସ୍ତିମାନଙ୍କରେ ଓ ଏଠାକୁ ଆସୁଥିବା ବ୍ୟବସାୟୀଙ୍କୁ ସଚେତନ କରିବା ପାଇଁ ୧୦ ହଜାର ଲିଫଲେଟ ବଣ୍ଟା ଯିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋର୍ଡି˚ ଲଗାଯାଇ ସଚେତନ କରାଯିବା ସହିତ ମାଲଗୋଦାମ ଅଞ୍ଚଳରେ ବ୍ୟବସାୟୀ, କର୍ମଚାରୀ ଓ ବାହାରୁ ଆସୁଥିବା ଲୋକଙ୍କ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି। ମାଲଗୋଦାମରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ୍ ଅଛି। ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନ କରିବାକୁ ଚ୍ୟାମ୍ବରସ୍ ଅଫ୍ କମର୍ସ ପକ୍ଷରୁ ସାଧାରଣ ସଂପାଦକ ପ୍ରଫୁଲ୍ଲ ଛାଟୋଇ ପରାମର୍ଶ ଦେଇଛନ୍ତି।
ଅନ୍ୟପଟେ କିନ୍ତୁ ବ୍ୟବସାୟୀମାନଙ୍କ ବାରମ୍ବାର ଦାବି ସତ୍ତ୍ବେ ମାଲଗୋଦାମ ଅଞ୍ଚଳରେ ଯାଇଥିବା ଡ୍ରେନକୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ସଫା କରୁ ନାହାନ୍ତି। ଡ୍ରେମ ଜାମ୍ ଯୋଗୁଁ ଗତକାଲି ବର୍ଷାରେ ପାଣି ଜମି ଅନେକ ବ୍ୟବସାୟୀଙ୍କ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଛି। ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଡ୍ରେନ ସଫା କରିବାକୁ ଦାବି ହୋଇଛି।
ଲକ ଡାଉନ୍କୁ ସମର୍ଥନ କଲେ ପିସିସି ସଭାପତି
ଭୁବନେଶ୍ବର : ସାମାଜିକ ଦୂରତା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହାକୁ ସମର୍ଥନ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, କରୋନା ଭୂତାଣୁଜନିତ ସଂକ୍ରମଣ ମହାମାରୀ ବିରୁଦ୍ଧରେ ଆଜି ପ୍ରାୟ ସାରା ବିଶ୍ବ ସଂଗ୍ରାମ କରୁଛି। ଏହାର ଆରୋଗ୍ୟ ପାଇଁ ନିର୍ଦ୍ଦିଷ୍ଟ ଔଷଧ ନାହିଁ। କେବଳ ସତର୍କତା ଓ ସାମାଜିକ ଦୂରତା ରକ୍ଷା ଦ୍ବାରା ଏହି ମହାମାରୀରୁ ରକ୍ଷା ମିଳିପାରିବ। ଏଭଳି ସ୍ଥିତିରେ ସମୂହ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଯାହା ପଦକ୍ଷେପ ନେବେ ସେସବୁ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ।
Follow Us