ତପନ ହତ୍ୟା ମାମଲାରେ ଫେରାର ହାପୁନ ଗିରଫ

ତପନ ହତ୍ୟା ମାମଲାରେ ଫେରାର ହାପୁନ ଗିରଫ

କଟକ: ଯୋବ୍ରାରେ ଅପରାଧୀ ତପନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଫେରାର ଅଭିଯୁକ୍ତ ହାପୁନ ଓରଫ ହରଦତ ସିଂହ ବେହେରାକୁ ମାଲଗୋଦାମ ଥାନା ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ୨୦୧୯ ଜୁନ ୯ ତାରିଖରେ ତପନକୁ ଯୋବ୍ରାରେ ମାଛ ମରା ଘଟଣାକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ୩ ଜଣ ଦୁର୍ବୃତ୍ତ ଗିରଫ ହୋଇଥିଲେ। ଅନ୍ୟତମ ଅଭିଯୁକ୍ତ ହାପୁନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ପୁଲିସ ହାପୁନକୁ ଗିରଫ କରିଛି। ଅନ୍ୟପଟେ ହତ୍ୟାକାଣ୍ଡ ସହ ହାପୁନ ସମେତ ତିନି ଭାଇ ବାପି ଓରଫ ଗୁରୁଦତ ସିଂହ ବେହେରା, କାଦୁଆ ଓରଫ ଦେବଦତ ବେହେରା ଏକ ବଟି ଆଦାୟ ମାମଲାରେ ଛନ୍ଦି ହୋଇଯାଇଥିଲେ। ଯୋବ୍ରା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ ୫୦ ହଜାର ଟଙ୍କା ବଟି ମାଗିଥିଲେ। ଆଜି କାଦୁଆ ଏବଂ ହାପୁନ ଗିରଫ ହୋଇଥିବା ବେଳେ ବାପି ଘଟଣାସ୍ଥଳରୁ ଫେରାରା ହୋଇଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe