କଟକ: କଟକ ମହାନଗରରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାର ଖବର ମିଳୁଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
କଟକର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳ ମାଣିକଘୋଷ ବଜାରରେ ବି କରୋନା ସଂକ୍ରମଣ ବ୍ୟାପିଥିବା ଜଣାଯାଇଛି। ଆହୁରି ଉଲ୍ଲେଖନୀୟ କଥା ହେଲା ଯେ ମାଣିକଘୋଷ ଅଞ୍ଚଳରୁ ଜଣେ କି ଦୁଇଜଣ ନୁହନ୍ତି, ବରଂ ୧୧ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି। ସେମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ବି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାରର ଜଣେ ସଦସ୍ୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ଭଉଣୀ ଭୁବନେଶ୍ବରରୁ କଟକ ଆସିଥିଲେ। ବାହାଘର ଉତ୍ସବ ଶେଷ ହେବା ପରେ ଭଉଣୀ ଭୁବନେଶ୍ବର ଫେରିଯାଇଥିଲେ। ସେଠାରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତାପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପରିବାରର ସମସ୍ତ ସଦସ୍ୟ ଘରୋଇ ସଙ୍ଗରୋଧରେ ଥିଲେ। ଏମାନେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି।
image source--long island pressକଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ, ଏସସିବି ଆଇସୋଲେସନ୍ ଘରୋଇ ନର୍ସିଂହୋମରୁ କରୋନା ପଜିଟିଭ ଚିହ୍ନଟ ହେବା ଘଟଣା ବି କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
କଟକ ମହାନଗର ନିଗମ (ସିଏମ୍ସି)ର ସୂଚନା ଅନୁଯାୟୀ, ଏଯାବତ୍ (ଜୁଲାଇ ୪ ସୁଦ୍ଧା) ମୋଟ୍ ୧୧୬ଜଣ କଟକ ମହାନଗରରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୨୨ଜଣ ସୁସ୍ଥ ହୋଇଥିବା ବେଳେ ୯୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏହାଛଡ଼ା ଦୁଇଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
Follow Us