କଟକ ରେଳଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ: ଅଶ୍ୱିନୀ ବୈଷ୍ଣବ

Advertisment

କଟକ ଚଣ୍ଡୀଙ୍କ ମନ୍ଦିରରେ ମାଙ୍କ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ

କଟକ ଚଣ୍ଡୀଙ୍କ ମନ୍ଦିରରେ ମାଙ୍କ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ

କଟକ ରେଳଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ: ଅଶ୍ୱିନୀ ବୈଷ୍ଣବ

କଟକ: କଟକରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିଛନ୍ତି। ପରେ କଟକ ରେଳ ଷ୍ଟେସନର ଉନ୍ନୟନମୂଳକ କାମର ଶୁଭାରମ୍ଭ କରିଛନ୍ତି। ମାଆଙ୍କ ଦର୍ଶନ କରି କରୋନା ମହାମାରୀ ଦୂର ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ପ୍ରାର୍ଥନା କରିଛନ୍ତି। କଟକ ରେଳ ଷ୍ଟେସନରେ ଦ୍ଵିତୀୟ ପ୍ରବେଶ ପଥ ଲାଗି ଶିଳାନ୍ୟାସ କରିଛନ୍ତି। ଏହା ସହିତ ଷ୍ଟେସନ ପରିସରରେ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହାସହ ଏକ ମୋବାଇଲ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ୟୁନିଟକୁ ମଧ୍ୟ ଉଦଘାଟନ କରିଛନ୍ତି ରେଳମନ୍ତ୍ରୀ।

ଭାଇଚାରର, ପରମ୍ପରା ଓ ଦହିବାର ଆଳୁଦମର ସହର କଟକ ତାଙ୍କୁ ବହୁ ଭଲ ପାଇବା ଦେଇଥିବାରୁ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କଟକ ରେଳଷ୍ଟେସନକୁ ବିଶ୍ବସ୍ତରୀୟ ରେଳଷ୍ଟେସନରେ ପରିଣତ କରିବାକୁ ସେ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନନ୍ୟା ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe