କଟକ ରେଳଷ୍ଟେସନର ଅତ୍ୟାଧୁନିକ ଦ୍ବିତୀୟ ପ୍ରବେଶଦ୍ବାର ଉଦ୍‌ଘାଟିତ: ସିଧା ଜାତୀୟ ‌ରାଜପଥକୁ ସଂଯୋଗରେ ରାଜ୍ୟର ପ୍ରଥମ

Advertisment

କଟକ ରେଳ ଷ୍ଟେସନର ଅତ୍ୟାଧୁନିକ ଦ୍ବିତୀୟ ପ୍ରବେଶଦ୍ବାର ଆଜି ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସୂଚନା, ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଉଦ୍‌ଘାଟନ କରିଛନ୍ତି।

କଟକ ରେଳ ଷ୍ଟେସନର ଅତ୍ୟାଧୁନିକ ଦ୍ବିତୀୟ ପ୍ରବେଶଦ୍ବାର ଆଜି ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସୂଚନା, ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଉଦ୍‌ଘାଟନ କରିଛନ୍ତି।

dddgdgdg

କଟକ: କଟକ ରେଳ ଷ୍ଟେସନର ଅତ୍ୟାଧୁନିକ ଦ୍ବିତୀୟ ପ୍ରବେଶଦ୍ବାର ଆଜି ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସୂଚନା, ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅମୃତ ଷ୍ଟେସନ ଯୋଜନାରେ ଏହି ଅତ୍ୟାଧୁନିକ ଦ୍ବିତୀୟ ପ୍ରବେଶଦ୍ବାର ନିର୍ମାଣ ପାଇଁ ୧୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ହୋଇଛି। କଟକ ରେଳ ‌ଷ୍ଟେସନର ପୂର୍ବପାର୍ଶ୍ୱ ଭବନ ସହିତ ନୂତନ ପ୍ରବେଶପଥ, ଯାତ୍ରୀମାନଙ୍କ ପାଇଁ ଆଧୁନିକ ସୁବିଧା, ନିରାପତ୍ତା ବ୍ୟବସ୍ଥା ସଂଯୋଗ କରାଯାଇଛି। ଏହି ଆଧୁନିକ ଭିତ୍ତିଭୂମି କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ସହିତ ଏକ ଆଧୁନିକ ପରିବହନ ହବ୍‌ରେ ପରିଣତ କରିବାକୁ ଯାଉଛି। ଜାତୀୟ ରାଜପଥ ସହ କୌଣସି ରେଳ ଷ୍ଟେସନର ସିଧାସଳଖ ଓ ସହଜ ସଂଯୋଗ ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର କାର୍ଯ୍ୟକାରୀ କରାଯାଇଛି।

୧୪ କୋଟି ୬୩ ଲକ୍ଷ ଖର୍ଚ୍ଚ
୨୧ ହଜାର ବର୍ଗଫୁଟ ଅଞ୍ଚଳ ଶୀତତାପ ନିୟନ୍ତ୍ରିତ
ଅତ୍ୟାଧୁନିକ ‌ଫୁଡ୍‌କୋର୍ଟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍

କଟକ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରରେ ୨୧ ହଜାର ୨୭୦ ବର୍ଗଫୁଟ ଅଞ୍ଚଳକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ୨୧ଶହ ବର୍ଗଫୁଟର ଖାଦ୍ୟ କୋର୍ଟ ସହିତ ଆଧୁନିକ ଶୌଚାଳୟ, ଟିକେଟ୍‌ କାଉଣ୍ଟର, ପ୍ରତୀକ୍ଷା ସ୍ଥାନ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ବ୍ୟବସ୍ଥା ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ସ୍ଥାନୀୟ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେଇ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧି କେନ୍ଦ୍ର, ଏଟିଏମ୍ କିଓସ୍କ, ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ୍) ଏବଂ ୱାନ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଟ୍ରଲି ଭଳି ବ୍ୟବସ୍ଥା କରାଯାଇଛି। ଏଥିରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍ ରହିଛି। ମୁଖ୍ୟ ଗେଟ ନିକଟରୁ ଟେକେଟ୍‌ କାଉଣ୍ଟର, ଟିକେଟ୍‌ କାଉଣ୍ଟରରୁ ଶୌଚାଳୟ, ଶୌଚାଳୟରୁ ଏସ୍କାଲେଟର, ସିଡ଼ି, ଲିପ୍ଟ ଓ ବିଶ୍ରାମାଗାର ଯାଏ ଏହି ଟ୍ରାକ୍ କରାଯାଇଛି। ଏହି ଟ୍ରାକରେ ଭିନ୍ନକ୍ଷମମାନେ ଚଳାଚଳ କରିବେ। 

ଉଦ୍‌ଘାଟନ ସମାରୋହରେ ଯୋଗଦେଇ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ବ୍ୟବସ୍ଥା ଦ୍ବାରା ଯାତ୍ରୀମାନେ ବିଶେଷ ଉପକୃତ ହେବେ। ଷ୍ଟେସନକୁ ଯାତାୟାତ ବ୍ୟବସ୍ଥା ସହଜ ହୋଇଥିବା ବେଳେ ଷ୍ଟେସନର ବିକାଶରେ ଏହାର ସ୍ବତନ୍ତ୍ର ଗୁରୁତ୍ବ ରହିବ। ଏହି ପ୍ରକଳ୍ପ ବାଣିଜ୍ୟ କାରବାର ବୃଦ୍ଧି ସହିତ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। କଟକ ରେଳ ଷ୍ଟେସନକୁ ଏହି ଅଞ୍ଚଳର ଏକ ପ୍ରମୁଖ ହବ୍ ଭାବେ ପରିଣତ କରିବ। ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe