ସାରୁଆ ଜମି ଦୁର୍ନୀତି ମାମଲା : ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡା ନିଲମ୍ବିତ

Advertisment
ସାରୁଆ ଜମି ଦୁର୍ନୀତି ମାମଲା : ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡା ନିଲମ୍ବିତ

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ସରକାର ଆଜି  କଟକ ଡେପୁଟି କଲେକ୍ଟର (ରାଜସ୍ୱ) ଥିବା ବେଗୁନିଆର ପୂର୍ବତନ ତହସିଲଦାର  ଓଏଏସ୍ ଅଧିକାରୀ ବିବେକାନନ୍ଦ ପରିଡ଼ାଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁସାରେ ନିଲମ୍ବିତ ହୋଇଥିବା ବିବେକାନନ୍ଦ ପରିଡ଼ା ବେଗୁନିଆର ତହସିଲଦାର ଥିବା ବେଳେ ତାଙ୍କୁ ସାରୁଅ ଜମି କିଣାବିକା ନେଇ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ସେ ଏହାର ସଠିକ ଭାବେ ତଦନ୍ତ ନ କରି କ୍ଲିନଚିଟ୍ ଦେଇ ଦେଇଥିଲେ ବୋଲି ଅଭିଯୋଗ ରହିଛି । ଏହି କାରଣରୁ ସରକାରୀ କ୍ଷମତାର ଦୂରୁପଯୋଗ କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ନିଲମ୍ବନ କାଳରେ ବିବେକାନନ୍ଦ ପରିଡ଼ା ହେଡକ୍ବାର୍ଟର ବାହାରକୁ ଯାଇ ପାରିବେ ନାହିଁ। ଯଦି କିଛି ଜରୁରୀ କାମ ପଡେ ସେ ଅନୁମତି ନେଇ ଯିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe