କଟକ ବଡ଼ ମେଡିକାଲରେ ଅବ୍ୟବସ୍ଥା: ଡାକ୍ତରଙ୍କ ପରାମର୍ଶ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ହେବାକୁ ପଡୁଛି ନାକେଦମ

Advertisment

ଟାଣ ଖରା ଓ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଇଟା ପଥର ତଳେ ପ୍ରେସକ୍ରିପସନ ରଖି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ

ଟାଣ ଖରା ଓ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଇଟା ପଥର ତଳେ ପ୍ରେସକ୍ରିପସନ ରଖି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ

କଟକ ବଡ଼ ମେଡିକାଲରେ ଅବ୍ୟବସ୍ଥା: ଡାକ୍ତରଙ୍କ ପରାମର୍ଶ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ହେବାକୁ ପଡୁଛି ନାକେଦମ

କଟକ: ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା। କଟକ ମେଡିକାଲରେ କେମିତି ଅଛନ୍ତି ରୋଗୀ ଆଉ କେମିତି ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ ? ଏକଥା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି। ଆଜ୍ଞା ହଁ କଟକରେ କାନ୍ଦୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। ରୋଗୀଙ୍କୁ ଡାକ୍ତର ଦେଖାଇବାକୁ ଘଣ୍ଟାଘଣ୍ଟା ଧାଡିରେ ଛିଡା ହେଉଛନ୍ତି ଲୋକେ। ଡାକ୍ତରଙ୍କ ପରାମର୍ଶ ନେବା ଠାରୁ ଆରମ୍ଭ କରି ରକ୍ତ ପରୀକ୍ଷା ପର୍ଯ୍ୟନ୍ତ ସବୁଠି ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି। ରୋଗୀଙ୍କ ରକ୍ତ ପରୀକ୍ଷା ହେଉକି ଔଷଧ ନେବା ହେଉ ଅବା ରିପୋର୍ଟ ପାଇବା ସହ ଡାକ୍ତରଙ୍କ ପରାମର୍ଶ ପାଇଁ ସବୁବେଳେ ରୋଗୀଙ୍କ ସମ୍ପର୍କୀୟଙ୍କୁ ନାକେଦମ ହେବାକୁ ପଡୁଛି। ତେବେ ବଡ ମେଡିକାଲରେ ଏହା ଦିନେ ଅଧିଆ କଥା ନୁହେଁ ଏହା ନିତିଦିନିଆ କଥା। ସବୁଦିନ ରୋଗୀଙ୍କ ସମ୍ପର୍କୀୟ ଏମିତି ହଇରାଣ ହରକତ ହୋଇ ଚିକିତ୍ସା କରାଉଛନ୍ତି।

ତେବେ ସବୁଠାରୁ ବଡ କଥା ହେଉଛି ରୋଗୀଙ୍କୁ ଡାକ୍ତର ଦେଖାଇବାକୁ ରାତି ଅଧରୁ ଲମ୍ବା ଲାଇନ ଲଗାଇବାକୁ ପଡୁଛି। ଦୂର ଦୂରାନ୍ତରରୁ ଅର୍ଥାତ ଅନ୍ୟ ଜିଲ୍ଲାମାନଙ୍କରୁ ଯେଉଁମାନେ ରୋଗୀ ଦେଖାଇବାକୁ କଟକ ଆସୁଛନ୍ତି ସେମାନେ ରାତିରୁ ଆସି ଧାଡିରେ ଛିଡା ହେଉଛନ୍ତି। କାଳେ ତାଙ୍କ ପାଳି ପଛରେ ପଡିଯିବ ସେଇଥିପାଇଁ କିଛି ଲୋକ କଟକରେ ରହୁଥିବା ସମ୍ପର୍କୀୟଙ୍କ ଦ୍ୱାରା ଧାଡି ଦେବା ବଦଳରେ ଇଟା ଓ ପଥର ତଳେ ସେମାନଙ୍କ ନାଁ ଓ ଠିକଣା ଲେଖି ଥୋଇ ଦେଇଯାଆନ୍ତି। ଆଉ ଯଦି ଇଟା ତଳୁ କାଗଜ ଉଡିଗଲା ତେବେ ସେମାନଙ୍କୁ ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡିବ।

publive-image

ସକାଳେ ତ ଧାଡିରେ ଛିଡା ହେବା ଏକ ପ୍ରକାର ସମ୍ଭବ ହୋଇଯାଏ ହେଲେ ସୂର୍ଯ୍ୟ ଟିକେ ଆଖି ଦେଖାଇବା ପରେ ଟାଣ ଖରା ଓ ଅସହ୍ୟ ଗରମରେ ଲାଇନ ଲଗାଇବା ଏକ ଦମ ଅସମ୍ଭବ ହୋଇପଡେ ତେଣୁ ରୋଗୀଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ପଥର ତଳେ ପ୍ରେସକ୍ରିପସନ ରଖି ଛାଇରେ ଛିଡା ହୁଅନ୍ତି। ତେବେ ଏହି ଘଟଣା ଫି ଦିନର। ଡାକ୍ତରଙ୍କ ପରାମର୍ଶ ଠାରୁ ରକ୍ତ ପରୀକ୍ଷା ଯାଏଁ ଅବ୍ୟବସ୍ଥା ଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ।

ଭିଡ ଭିତରେ ଟାଣ ଖରାରେ ରୋଗୀଙ୍କ ସମ୍ପର୍କୀୟ ଭୋଗୁଥିବା କଷ୍ଟକୁ ସ୍ୱୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ରକ୍ତ ପରୀକ୍ଷା କେନ୍ଦ୍ର, ଏକ୍ସରେ କେନ୍ଦ୍ର ଓ ନିରାମୟ କେନ୍ଦ୍ରରେ ଭିଡ ଅନୁସାରେ ସେବା ଯୋଗାଇ ଦେବାକୁ ଲୋକ ନଥିବା ସେ ସ୍ୱୀକାର କରିଛନ୍ତି। ତେବେ କଟକ ବଡ ମେଡିକାଲର ଏ ବଡ ସତ ହିଁ ସ୍ପଷ୍ଟ ବୟାନ କରୁଛି କେମିତି ଚାଲିଛି ସ୍ୱାସ୍ଥ୍ୟସେବା। ତେବେ କେବେ ଏ ସମସ୍ୟାର ସମାଧାନ ହେବ ଆଉ ରୋଗୀ ସୁବିଧାରେ ସେବା ପାଇପାରିବେ ତାକୁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe