କୁନି ଝିଅର ପରିବେଶ ଚିନ୍ତା: ବଢୁଥିବା ପ୍ରଦୂଷଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକ ଝିଅ ଅନ୍ୱେଶା

Advertisment
କୁନି ଝିଅର ପରିବେଶ ଚିନ୍ତା: ବଢୁଥିବା ପ୍ରଦୂଷଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକ ଝିଅ ଅନ୍ୱେଶା

କଟକ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକର କୁନି ଝିଅ। ବଢୁଥିବା ପ୍ରଦୂଷଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଟକ କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବା ଅନ୍ୱେଶା ବିଶ୍ୱାଳ । ଅନ୍ୱେଶା ଷ୍ଟାଣ୍ଡର୍ଡ ସିକ୍ସରେ ପାଠ ପଢୁଛନ୍ତି । ତେବେ ସେ ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ଚିଠିରେ ୨୦୪୭ ବେଳକୁ ଭାରତ ବିଶ୍ୱରେ କିଭଳି ସ୍ୱଚ୍ଛ ଦେଶ ହେଇପାରିବ ସେ ନେଇ ବିଭିନ୍ନ ଦିଗକୁ ଦର୍ଶାଇଛନ୍ତି। ଯେମିତିକି ଇଲେକ୍ଟ୍ରି ଗାଡ଼ିର ଅଧିକ ବ୍ୟବହାର, ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ଦିଗ ନେଇ ପ୍ରସ୍ତାବ ଦେଇଛନ୍ତି। ଅନ୍ୱେଷା ନିଜେ ମଧ୍ୟ ତାଙ୍କ ସ୍କୁଲରେ ସାଙ୍ଗ ସାଥୀ ମାନଙ୍କ ସହ ମିଶି ପରିବେଶରେ ପ୍ରଦୂଷଣ ରୋକିବା ଦିଗରେ ଅନେକ କାର୍ୟ୍ୟ ମଧ୍ୟ କରିଛନ୍ତି।

ଏଥି ସହ ସେ ନିଜେ ଘରେ ଖାଲି ସମୟରେ ଗଛ ଲଗାଇବା, ଚିତ୍ର ଆଙ୍କିବା ଭଳି କାମରେ ମନ ଦିଅନ୍ତି। ଅଳିଆ ଆବର୍ଜନାରୁ ଦୂରେଇ ଆମେ ଚାହିଁଲେ ୨୦୪୭ ବେଳକୁ ଆମ ଆଗାମୀ ପିଢ଼ି ପାଇଁ ଏକ ଭଲ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବା ବୋଲି ସେ ଆଶା ରଖିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସମୟରେ ମନ୍ କି ବାତ୍ ଭଳି କାର୍ଯ୍ୟକ୍ରମ ଜରିଆରେ କୁନି କୁନି ଛାତ୍ର ଛାତ୍ରୀମାନଙ୍କୁ ଖୁବ୍ ଭଲ ପରାମର୍ଶ ଦିଅନ୍ତି ଯାହା ତାଙ୍କୁ ଖୁବ୍ ଭଲ ଲାଗେ ବୋଲି କହିଛନ୍ତି ଅନ୍ୱେଶା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe