image source-saumendra.com
କଟକ: କମିସନରେଟ୍ ପୁଲିସ୍ ପକ୍ଷରୁ ଆଜି କଟକ ସହରର ୪ଟି ପରିବା ବଜାରକୁ ସ୍ଥାନାନ୍ତରଣ କରାଯାଇଥିବା ଜଣାଯାଇଛି। ତାହା ଅନୁଯାୟୀ, ନୟାସଡ଼କରେ ବସୁଥିବା ମାର୍କେଟ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତରିତ ହୋଇଛି। ଠିକ୍ ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିଟାଲ ନିକଟସ୍ଥ ଲେନ୍-୪କୁ ସ୍ଥାନାନ୍ତରିତ ହୋଇଛି। ପନିପରିବା ବିକ୍ରେତାମାନଙ୍କୁ ରାସ୍ତାର ଉତ୍ତର ପାର୍ଶ୍ୱରେ ବସିବାକୁ ଅନୁମତି ଦିଆଯିବ | ଅପରପକ୍ଷରେ ନୂଆ ବଜାରର ପରିବା ମାର୍କେଟକୁ ଟିଓପି ନିକଟସ୍ଥ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଇଛି।
ଲିଙ୍କ୍ ରୋଡରେ ବସିଥିବା ପନିପରିବା ବିକ୍ରେତା ଏବଂ ଦୋଳମୁଣ୍ଡାଇରୁ ଖାନନଗର ପର୍ଯ୍ୟନ୍ତ ବସୁଥିବା ପରିବା ମାର୍କେଟକୁ ଖାନନଗର ପାର୍କ ନିକଟରେ ଅବସ୍ଥିତ ଦୁଇଟି ଖୋଲା ପଡ଼ିଆକୁ ସ୍ଥାନାନ୍ତର କରାଯିବ | କୌଣସି ପନିପରିବା ଖୁଚୁରା ଦୋକାନକୁ ଛତ୍ରବାଜାର ଭିତରେ ବସିବାକୁ ଦିଆଯିବ ନାହିଁ ବୋଲି କମିସନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି ।
ତେବେ ଛତ୍ରବଜାରର ଅନ୍ୟ ଦେକାନଗୁଡ଼ିକ ପୂର୍ବଭଳି ସେଠାରେ ଖୋଲିବ। ବାଲୁବଜାରର ଅନ୍ୟ ଦୋକାନୀ ୧୨ ଫୁଟ ବ୍ୟବଧାନରେ ବସିବେ ବୋଲି ଜଣାଯାଇଛି।
ଏହା ବ୍ୟତୀତ କଟକ ସହର ଭିତରେ ବିଭିନ୍ନ ରାସ୍ତାରେ ବସିଥିବା ଅନ୍ୟ ପନିପରିବା ବିକ୍ରେତାଙ୍କୁ ନିକଟସ୍ଥ ଖୋଲା ପଡ଼ିଆ ବା ରାସ୍ତାକୁ ପଠାଯିବ ବୋଲି ଜଣାଯାଇଛି |
Follow Us