ସଟ୍‌ ଡାଉନ୍ ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼, ୧୫ରୁ ଅଧିକ ଅଟକ

Advertisment
ସଟ୍‌ ଡାଉନ୍ ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼, ୧୫ରୁ ଅଧିକ ଅଟକ

କଟକ:  ୪୮ ଘଣ୍ଟିଆ ସଟ୍‌ ଡାଉନ୍ ଜାରି ଥିବା ବେଳେ ଆଜି କଟକରେ ପୁଲିସ୍ ଉପରକୁ ଢେଲାପଥର ମାଡ଼ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ପୁଲିସ୍ ୧୫ରୁ ଅଧିକ ଲୋକଙ୍କୁ ଅଟକ ରଖିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି କଟକର କେଶରପୁର ଅଞ୍ଚଳରେ ସଟ୍‌ ଡାଉନ୍‌ କଟକଣା ଭାଙ୍ଗିଥିବା କିଛି ଲୋକ ପୁଲିସ୍ ଉପରକୁ ଢେଲାପଥର ମାଡ଼ କରିଥିଲେ । ଢେଲାପଥର ମାଡ଼ ପରେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିଥିଲା। ଏମାନଙ୍କ ଭିତରୁ ୧୫ରୁ ଅଧିକ ଆକ୍ରମଣକାରୀଙ୍କୁ ପୁଲିସ୍ ଧରି ଅଟକ ରଖିଥିବା ସୂଚନା ମିଳିଛି। ଖବର ପାଇ କଟକ ଡିସିପି ଅଖିଳେଶ୍ବର ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।  ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବାକୁ ଅନୁରୋଧ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe