କଟକ: ୧୫ ମେଣ୍ଢାଙ୍କର ଅସ୍ୱାଭାବିକ ମୃତ୍ୟୁ

କଟକ: ୧୫ ମେଣ୍ଢାଙ୍କର ଅସ୍ୱାଭାବିକ ମୃତ୍ୟୁ

ବାରଙ୍ଗ: ଶନିବାର ରାତିରେ ନରାଜ ଅନ୍ତର୍ଗତ ଗୋପାଳ ସାହିର ବୈରାଗୀ ଦାସଙ୍କ ଗୁହାଳରେ ୧୫ଟି ମେଣ୍ଢା ମରି ପଡ଼ିଥିବା ଦେଖାଯାଇଛି।

ବୈରାଗୀଙ୍କର ଥିବା ସମୁଦାୟ ୧୭ଟି ମେଣ୍ଢାରୁ ସାତଟି ଥିଲେ ବଡ଼। ବାକିତକ ଥିଲେ ଛୁଆ ବା ଛୋଟକାଟିଆ ମେଣ୍ଢା।

ଗୁହାଳେ ୧୫ଟି ମଲା ମେଣ୍ଢା ପଡ଼ିଥିବା ବେଳେ ବାକି ୨ଟି ମେଣ୍ଢା ନିଖୋଜ ହୋଇ ଯାଇଛନ୍ତି।

ମେଣ୍ଢାଗୁଡ଼ିକୁ କୌଣସି ହିଂସ୍ର ଜନ୍ତୁ ମାରିଥାଇ ପାରେ ବୋଲି ବୈରାଗୀଙ୍କ ପରିବାର ଲୋକେ ଆଶଂକା କରୁଛନ୍ତି।

ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗର ଏକ ଦଳ ଘଟନାସ୍ଥଳରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ମେଣ୍ଢାମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe