ସଂରକ୍ଷିତ ଜଙ୍ଗଲରୁ ଗଛ କାଟିନେଲେ

ସଂରକ୍ଷିତ ଜଙ୍ଗଲରୁ ଗଛ କାଟିନେଲେ

ଆନନ୍ଦପୁର: ଆନନ୍ଦପୁର ରେଞ୍ଜ ପଞ୍ଚୁପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ବେଆଇନ୍ ଭା‌ବେ ଗଛକଟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଛ କାଟିବାବେଳେ ଗଣ୍ଡିଗୁଡ଼ିକୁ ଟ୍ରାକ୍ଟର ଲଗାଇ ବୋହି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପ‌ରେ ଜଙ୍ଗଲ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ଅନୁସାରେ ପଞ୍ଚୁପଲ୍ଲୀ ଗ୍ରାମ ବୈତରଣୀ ନଦୀକୂଳରେ ବନୀକରଣ ମାଧ୍ୟମରେ ବିଭିନ୍ନ ପ୍ରକାର ଗଛ ଲଗା ଯାଇଥିଲା।

ଗଛ ଗୁଡିକ ବଡ଼ ହୋଇଥିବାବେଳେ କିଛି ବ୍ୟକ୍ତିଙ୍କ ଉଦ୍ୟମରେ ମେସିନ୍ ଲଗାଇ ଗଛ ଗୁଡିକ କାଟି ଦିଆଯାଉଥିବା ନେଇ ଗ୍ରାମର ପଦ୍ମନାଭ ଜେନା, ଶ୍ରୀକୃଷ୍ଣ ସାମଲ, ସଂଜୟ ଜେନା, କୀର୍ତ୍ତନ ବିହାରୀ ରାଉତ, ହରେକୃଷ୍ଣ ମହାନ୍ତି, ଫକୀର ମହାନ୍ତି, ଲକ୍ଷ୍ମୀନାରାୟଣ ଜେନା, ଜାନକୀ ଜେନା, ଦ୍ବାରିକାନାଥ ଜେନା, ବବୁଲ ରାଉତ, ଚିନ୍ତାମଣି ପରିଡ଼ା ପ୍ରମୁଖ ଅଭିଯୋଗ କରିଛନ୍ତି। ସେଠାରେ ଥିବା ଗମ୍ଭାରି, ଶିରିଶ, କାଚିଣ୍ଡି, କୋଚିଳା ଗଛ ସବୁ ଗତ ଦୁଇଦିନ ମଧ୍ୟରେ କାଟି ଦେଇଛନ୍ତି। କାଟିବାପରେ ଆଜି ଗଛର ଗଣ୍ଡିଗୁଡିକ ବୋହି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଭାରପ୍ରାପ୍ତ ରେଂଜର ନବକିଶୋର ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏନେଇ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe