ଇଟାଭାଟିରେ ନାବାଳିକା ବନ୍ଧକ ଘଟଣା: ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ସିଡବ୍ଲୁସି ଟିମ୍‌

Advertisment

ଭାଟି ମାଲିକ ଏବଂ ଦାଦନ ସର୍ଦ୍ଦାରକୁ ସୁରକ୍ଷା ଦେଉଛି ପୁଲିସ୍‌!

ଭାଟି ମାଲିକ ଏବଂ ଦାଦନ ସର୍ଦ୍ଦାରକୁ ସୁରକ୍ଷା ଦେଉଛି ପୁଲିସ୍‌!

ଇଟାଭାଟିରେ ନାବାଳିକା ବନ୍ଧକ ଘଟଣା: ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ସିଡବ୍ଲୁସି ଟିମ୍‌

ମଣ୍ଡଳ: ଇଟାଭାଟିରେ ବନ୍ଧକ ଥିବା ନାବାଳିକା ଝିଅର ଚିନ୍ତାରେ ବାପାର ଜୀବନ ଚାଲିଗଲା। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେକେଲା ଗାଁର ଏହି ସମ୍ବେଦନଶୀଳ ପ୍ରସଂଗ ଏବେ ଚର୍ଚ୍ଚା ରହିଥିବା ବେଳେ ନାବାଳିକା ଝିଅ ଉଦ୍ଧାର ହୋଇ ଘରକୁ ଫେରିଛି। କିନ୍ତୁ ଭାଟି ମାଲିକ ଏବଂ ଦାଦନ ସର୍ଦ୍ଦାରଙ୍କୁ ମାମଲାରୁ ଖସାଇବାକୁ ପୁଲିସ୍‌ ଉଦ୍ୟମ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ସିଡବ୍ଲୁସି ଟିମ୍‌ ଗାଁରେ ପହଞ୍ଚିଛି। ୪ ଜଣିଆ ଏହି ଟିମ୍‌ରେ ଚେୟାରପର୍ସନ ଲମ୍ବୋଦର ଦୀପ, ସଦସ୍ୟ ସୀତାରାମ ହୋତା, ସଦସ୍ୟା ସନ୍ଧ୍ୟାରାଣୀ ପଣ୍ଡା, ଏସ୍‌. ଲତାଶ୍ରୀ ମୃତ କାହ୍ନୁ ମଲ୍ଲିକଙ୍କ ପରିବାର ଲୋକଙ୍କ ଭେଟି ଘଟଣା ସମ୍ପର୍କରେ ପଚରାଉଚୁରା କରିଛନ୍ତି। କେମିତି ଦାଦନ ସର୍ଦାର ଝିଅକୁ ବନ୍ଧକ ରଖିଥିଲା। କ’ଣ ପାଇଁ ପରିବାର ଉପରେ ନିର୍ଯାତନା ଦେଉଥିଲା? ସେନେଇ ନାବାଳିକା ଝିଅ ଅଙ୍କିତା ଏବଂ ମା’ ଲକ୍ଷ୍ମୀପ୍ରିୟାଙ୍କୁ ପଚାରି ବୁଝିଛନ୍ତି। ଘଟଣାର ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିମ୍ ସଦସ୍ୟ ସୂଚନା ଦେଇଛନ୍ତି।

ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ କହାଯାଉଥିବା ତୁରେକେଲା ଥାନା ତେନ୍ତୁଳିଖୁଣ୍ଟି ଗାଁର ଦାଦନ ସର୍ଦାର ସମାରୁ ବନଛୋରକୁ ପୁଲିସ୍‌ ଗିରଫ କରୁନଥିବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାକୁ ସୁରକ୍ଷା ଦେଇ ବଞ୍ଚାଇବାକୁ ପୁଲିସ୍‌ ପ୍ରୟାସ କରୁଥିବା ଲକ୍ଷ୍ମୀପ୍ରିୟା ଗୁରୁତର ଅଭିଯୋଗ କରିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ସର୍ଦାରଠାରୁ ପୁଲିସ୍‌ ମୋଟା ଅଙ୍କର ଟଙ୍କା ଖାଇ ବନ୍ଧକ ନୁହେଁ, ମାମୁଁ ଘରେ ନାବାଳିକା ଝିଅ ଥିବା କଥା କହୁଛି ବେଲପଡ଼ା ପୁଲିସ। ମୋ ଝିଅକୁ କାହିଁକି ସେଠାରେ ଛାଡ଼ିବି। ସାଙ୍ଗରେ ମୁଁ ଦିବ୍ୟାଙ୍ଗ ଝିଅକୁ ଆଣି ପାରିଲି, ଆଉ କାହିଁକି ନାବାଳିକା ଝିଅକୁ ସେଠାରେ ଛାଡ଼ିବି ବୋଲି ଲକ୍ଷ୍ମୀପ୍ରିୟା ପ୍ରଶ୍ନ କରିଛନ୍ତି। ତେବେ ନ୍ୟାୟ ନମିଳିଲେ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବି ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ପ୍ରଶାସନ ଆଦୌ ଗୁରୁତ୍ବ ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବେଲପଡ଼ା ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe