କଲେଜ ଅଧ୍ୟକ୍ଷଙ୍କ ନାମରେ ସାଇବର ଅପରାଧୀ ଅର୍ଥ ମାଗୁଥିବା ଅଭିଯୋଗ

Advertisment
କଲେଜ ଅଧ୍ୟକ୍ଷଙ୍କ ନାମରେ ସାଇବର ଅପରାଧୀ ଅର୍ଥ ମାଗୁଥିବା ଅଭିଯୋଗ

ଜୟପୁର: ବିକ୍ରମ ଦେବ ସ୍ବଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଗୋପାଳ ହଲଦାର ନାମକୁ ବ୍ୟବହାର କରି ମେଲରେ ଅର୍ଥ ମାଗୁଛନ୍ତି ସାଇବର ଅପରାଧୀ। ଅଭିଯୋଗକୁ ପୁଲିସ ଗୁରୁତ୍ବ ଦେଉ ନ ଥିବାରୁ ଏକାଧିକ ଥର ଏପରି ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଶ୍ରୀ ହଳଦାର ଏସିଡିପିଓ ବରୁଣ ଗୁଣ୍ଟପାଲିଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧନ କରିବାକୁ ବ୍ୟବସ୍ଥା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଅଧ୍ୟକ୍ଷଙ୍କ ନାମରେ କେହି ଜଣେ ଜି-ମେଲ୍ ଆକାଉଣ୍ଟ ଖୋଲି ଅର୍ଥ ଦାବି କରୁଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ଶ୍ରୀ ହଲଦାର, ତାଙ୍କ ନାଁରେ ମେଲ୍ ଖୋଲି କେହି ଟଙ୍କା ମାଗୁଥିବା ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ। ସେବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି କେହି ଏଭଳି ଅର୍ଥ ଦାବି କରୁଥିବା ସେ ଅଭିଯୋଗ କରିଛନ୍ତି। କଲେଜର ୱେବସାଇଟରୁ କେହି ଶ୍ରୀ ହଳଦାରଙ୍କର ଫଟୋକୁ ନେଇ ଏକ ମେଲ୍ ଖୋଲିଥିଲା। ଗତକାଲି ସନ୍ଧ୍ୟାରେ ଜଣେ ଛାତ୍ରଙ୍କୁ ସାଇବର ଅପରାଧୀ ଏହି ମେଲରେ ଆମାଜାନ ଗିଫ୍ଟ କାର୍ଡ ଜରିଆରେ ଅର୍ଥ ଦାବି କରିଥିଲେ। ପରେ ଉକ୍ତ ଛାତ୍ରଜଣକ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ସତ ଜାଣିବାକୁ ପାଇଥିଲେ। ସେହିପରି ଏନେଇ କିଛି ମାସ ତଳେ ଜଣେ ଅତିଥି ଅଧ୍ୟାପକଙ୍କ ମେଲକୁ ଶ୍ରୀ ହଲଦାରଙ୍କର ନାମରେ ଏକ ମେଲ ଯାଇଥିଲା। ଉକ୍ତ ଅତିଥି ଅଧ୍ୟାପକ ଅଧ୍ୟକ୍ଷଙ୍କୁ ଅବଗତ କରିବା ପରେ ଶ୍ରୀ ହଲଦାର ଟାଉନ ଥାନାରେ ଦ୍ବାରସ୍ଥ ହୋଇଥିଲେ। ହେଲେ କିଛି ସୂଫଳ ମିଳି ନ ଥିଲା। ପୁଣି ଏକ ମେଲ ଖୋଲି କେହି ଜଣେ ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe