ସାଇବର ଠକଙ୍କ ନୂଆ ତରିକା: ଯବାନଙ୍କ ଶାରୀରିକ ପରୀକ୍ଷା ଆଳରେ ଠକେଇ

Advertisment

ଟଙ୍କା ଦେବେ କହି କ୍ରେଡିଟ୍ କାର୍ଡରେ ୨୬ହଜାର ଚଳୁ

ଟଙ୍କା ଦେବେ କହି କ୍ରେଡିଟ୍ କାର୍ଡରେ ୨୬ହଜାର ଚଳୁ

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

Complete Controller

ଭୁବନେଶ୍ବର : ‘ଗୁଣପୁର ସିଆର୍‌ପିଏଫ୍ କ୍ୟାମ୍ପ୍‌ରୁ ମେଜର୍ ଶ୍ରୀକାନ୍ତ ଶର୍ମା କହୁଛି। ଆପଣଙ୍କ ନର୍ସିଂହୋମ୍‌ରେ ୨୫ଜଣ ଯବାନଙ୍କର ଶାରୀରିକ ପରୀକ୍ଷା ହେବ। ଆସନ୍ତାକାଲି ପ୍ରାୟ ୮ ପ୍ରକାରର ପରୀକ୍ଷଣ କରିବୁ। କେତେ ଟଙ୍କା ଲାଗିବୁ କୁହନ୍ତୁ?’ ରାୟଗଡ଼ାସ୍ଥିତ ଗୁଣପୁରର ଏକ ଘରୋଇ ନର୍ସିଂହୋମ୍‌ରେ ଯବାନଙ୍କର ଶାରୀରିକ ପରୀକ୍ଷା କରାଇବାକୁ କହି ସାଇବର ଠକ ନର୍ସିଂହୋମ୍‌ ମାଲିକଙ୍କ ଠାରୁ ପ୍ରାୟ ୨୬ହଜାର ଟଙ୍କା ଚଳୁ କରିଛି। ଏନେଇ ନର୍ସିଂହୋମ୍ ମାଲିକ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ନର୍ସିଂହୋମ୍ ମାଲିକଙ୍କ କହିବାନୁଯାୟୀ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଗୁଣପୁର ସିଆରପିଏଫ୍‌ର ମେଜର୍ ବୋଲି ପରିଚୟ ଦେଇଥିଲା। କିଛିଦିନ ତଳେ ତାଙ୍କ ଗୁଣପୁର କ୍ୟାମ୍ପ୍ ପାଇଁ କିଛି ଯୁବକଙ୍କ ପରୀକ୍ଷା କରାଯାଇଥିଲା। ସେଥିରୁ ୨୫ଜଣ ଯୁବକ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କର ଶାରୀରିକ ପରୀକ୍ଷା କରାଯିବ। ଯେଉଁଥିରେ ସିବିସି, ଏଲ୍‌ଏଫ୍‌ଟି, କେଏଫ୍‌ଟି, ଆର୍‌ବିଏସ୍, ଏମ୍‌ପି, ଡବ୍ଲୁଆଇଡିଏଲ୍, ୟୁରିନ୍ ଆର୍‌ଏମ୍, ୟୁରିନ୍ କଲ୍‌ଚର୍ ଭଳି ୮ଟି ଟେଷ୍ଟ କରାଯିବ। ତେଣୁ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ କହିଲେ ଆଗୁଆ ୫୦ପ୍ରତିଶତ ଟଙ୍କା ପୈଠ କରାଯିବ ଏବଂ ଟେଷ୍ଟିଂ ସରିଲେ ବାକି ଟଙ୍କା ଦିଆଯିବ ବୋଲି କହିଥିଲେ।

publive-image Image Courtesy of Ottawa Citizen

ପରେ ରାତି ପ୍ରାୟ ୯ଟା ବେଳକୁ ନର୍ସିଂହୋମ୍ ମାଲିକ ୮ଟି ଟେଷ୍ଟିଂ ପାଇଁ ଯବାନ ପିଛା ୧୪୫୦ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ତେଣୁ ଅଗ୍ରୀମ ପ୍ରାୟ ୨୦ହଜାର ଟଙ୍କା ଦେଲା ପରେ ଆସନ୍ତାକାଲି ଟେଷ୍ଟିଂ ହେବ ବୋଲି ନର୍ସିଂହୋମ୍ ମାଲିକ ତାଙ୍କୁ କହିଥିଲେ। ଏହା ପରେ ଚୁକ୍ତି ଅନୁସାରେ ସାଇବର ଠକ କ୍ରେଡିଟ୍ କାର୍ଡ ନମ୍ବର ନର୍ସିଂହୋମ୍ ମାଲିକଙ୍କ ପାଖକୁ ପଠାଇଥିଲା। ଏହି ନମ୍ବରକୁ ଫୋନ୍ ପେ’ରେ ଦେଇ ଟଙ୍କା ନେଇଯିବାକୁ କହିଥିଲା। ପରେ ନର୍ସିଂହୋମ ମାଲିକ ଉକ୍ତ ନମ୍ବରକୁ ଫୋନ୍ ପେ’ରେ ଟାଇପ୍ କରିବା ପରେ ପେମେଣ୍ଟ ପାଇଁ ଅପ୍ସନ ଆସିଥିଲା। ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୨୬ହଜାର ଟଙ୍କା କଟିଯାଇଥିଲା। ଏପରିକି ସେ ପେମେଣ୍ଟ ପାଇଁ କୌଣସି ଅପ୍ସନ ଉପରେ କ୍ଲିକ୍ କରିନଥିଲେ କି ଓଟିପି ମଧ୍ୟ ଆସିନଥିଲା। ମାତ୍ର ଆକାଉଣ୍ଟରୁ ଟଙ୍କା କେମିତି କଟିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ସେ ରବିବାର ଦିନ କୋରାପୁଟ୍ ସାଇବର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଅପରପକ୍ଷରେ ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଏହା ଏକ ନୂଆପ୍ରକାରର ଠକେଇ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାଇବର ଠକ ନର୍ସିଂହୋମ୍ ମାଲିକଙ୍କୁ ଠକେଇ କରିବା ପୂର୍ବରୁ କେମିତି ଜାଣିଲା ଯେ ତାଙ୍କର ନର୍ସିଂହୋମ୍ ଅଛି। ଯେଉଁଥି ପାଇଁ ନୂଆ ଧରଣର ଉପାୟରେ ଟଙ୍କା ଠକିନେଲା। ତେଣୁ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଅନ୍‌ଲାଇନ୍‌ରେ ନଚେତ ସାମାଜିକ ଗଣମାଧ୍ୟମରେ କୌଣସି ପ୍ଲାଟଫର୍ମ ତାଙ୍କର ଫୋନ୍ ନମ୍ବର ସହିତ ଜଡ଼ିତ ନର୍ସିଂହୋମ୍ ଥିବା ସୂଚନା ଦେଇଛନ୍ତି। ଯେଉଁଥିପାଇଁ ସେ ଠକେଇର ଶିକାର ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଅନ୍‌ଲାଇନ୍‌ରେ କୌଣସି ପେମେଣ୍ଟ କରିବା ପୂର୍ବରୁ ତାଙ୍କୁ ସିଧାସଳଖ ନିଜ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କୁହନ୍ତୁ ବୋଲି ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe