ସାଇବର୍‌ ଠକେଇ, ଘର ସାମଗ୍ରୀ ପଠାଇ ଦେବି କହି ଠକିନେଲେ ୩୦ ହଜାର

Advertisment
ମାତିଛନ୍ତି ସାଇବର ଲୁଟେରା; ୬ ଶିକ୍ଷକଙ୍କଠାରୁ ୧ ଲକ୍ଷ ୨୦ ହଜାର ଲୁଟ୍‌

Sambad

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଠେଲ୍‌କୋଲୋଇ ଥାନା ଅଞ୍ଚଳରେ ଚାକିରି କରୁଥିବା ରମେଶ ବୁଦ୍ଧାନି ନାମକ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ତାଙ୍କର ବଦଳି ହୋଇଯାଇଥିବାରୁ ତାଙ୍କ ଘର ସାମଗ୍ରୀଗୁଡ଼ିକୁ ଠେଲକୋଲୋଇରୁ ଚଣ୍ଡିଗଡ଼ ନେବାକୁ ସେ ଏକ ପ୍ୟାକର୍‌ସ ଓ ମୁଭର୍ସ ସହ ସମ୍ପର୍କ କରିଥିଲେ। ଏଥିପାଇଁ ତାଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ୩୦ ହଜାର ଟଙ୍କା ଲାଗିବ ବୋଲି କହାଯାଇଥିଲା। ଏହାପରେ ସେ ୨ ଥର କରି ୧୫ ହଜାର ଟଙ୍କା ଉକ୍ତ ସଂସ୍ଥାକୁ ପଠାଇଥିଲେ। ଉକ୍ତ ସଂସ୍ଥା ପକ୍ଷରୁ ଶୁକ୍ରବାର ତାଙ୍କ ସାମଗ୍ରୀ ନେବା ପାଇଁ କଥା ହୋଇଥିଲା।

କିନ୍ତୁ ଟଙ୍କା ପାଇବା ପରେ ଅଭିଯୁକ୍ତ ଜଣକ ତାଙ୍କୁ ଗୋଟିଏ ଟ୍ରାନ୍‌ଜେକ୍‌ସନ୍‌ରେ ୧୫ ହଜାର ଟଙ୍କା ଦେବାକୁ କହିଥିଲା। ଏହାପରେ ରମେଶ ତାଙ୍କ ଟଙ୍କା ଫେରାଇ ଦେବାକୁ କହିଥିଲେ। ତାପରେ ଅଭିଯୁକ୍ତ ଜଣକ ତାଙ୍କୁ ଏନ୍‌ଇଏଫ୍‌ଟିରେ ୧୫ ହଜାର ଟଙ୍କା ପଠାଇ ଦେଇଥିବା କହିଥିଲା। କିନ୍ତୁ ରମେଶ ଟଙ୍କା ପାଇ ନଥିଲେ। ଏହାପରେ ସେ ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବା ପରେ ଠେଲ୍‌କୋଲୋଇ ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe