ସାଇବର୍‌ ଠକଙ୍କ ନିଶାଣରେ ଆଇଏଏସ୍‌ ଅଧିକାରୀ: ପ୍ରଦୀପ ଜେନା ଓ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନାଁରେ ମାଗୁଛନ୍ତି ସହାୟତା

Advertisment
ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ଭୁବନେଶ୍ବର : ଉନ୍ନୟନ କମିସନର୍‌ ପ୍ରଦୀପ ଜେନା ଓ ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଫଟୋକୁ ବ୍ୟବହାର କରି ହ୍ବାଟ୍‌ସଆପ୍‌‌ରେ ଲୋକଙ୍କୁ ସହାୟତା ପାଇଁ ଅନୁରୋଧ କରୁଛନ୍ତି ସାଇବର୍‌ ଠକ। ଏହି ବରିଷ୍ଠ ଅଧିକାରୀଦ୍ବୟ ଟ୍ୱିଟ୍ କରି ଏ ସଂପର୍କରେ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଛି।

ଟ୍ବିଟ୍‌‌‌ରେ ଉନ୍ନୟନ କମିସନର ଶ୍ରୀ ଜେନା କହିଛନ୍ତି, କେହି ଜଣେ ହ୍ୱାଟସଅପ୍ ମୋବାଇଲ ନମ୍ବର-୭୩୨୦୯୩୭୮୭୭ରେ ତାଙ୍କ ଫଟୋ ଲଗାଇ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ମାଗୁଛି। ଏ ସଂପର୍କରେ ସେ ଜାଣିବା ପରେ ସାଇବର ପୁଲିସକୁ ଅବଗତ କରିଛନ୍ତି ଓ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଅପରପକ୍ଷେ, ଶ୍ରୀ ଜେନା କହିଛନ୍ତି ଯେ ଉକ୍ତ ନମ୍ବରଟି ତାଙ୍କର ନୁହେଁ। ତେଣୁ ଯେଉଁମା‌ନେ ସେ ନମ୍ବରରୁ ଏଭଳି ମେସେଜ୍ ପାଉଛନ୍ତି, ସେମାନେ ତୁରନ୍ତ ପୁଲିସକୁ ଜଣାନ୍ତୁ।
ସେହିପରି ଗତକାଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ସାଇବର ଥାନାରେ ଏଭଳି ଏକ ଠକେଇ ଅଭିଯୋଗ କରିଛନ୍ତି। କେହି ଜଣେ ଦୁର୍ବୃତ୍ତ ତାଙ୍କ ନାଁରେ ହ୍ୱାଟସଆପ୍ ମେସେଜ୍ କରି ଲୋକଙ୍କୁ ଟଙ୍କା ମାଗୁଛି। ଆଇଏଏସ୍‌ ଅଧିକାରୀ ପୁନମ୍‌ ଗୁହା ତାପସ କୁମାରଙ୍କ ନାଁରେ ମଧ୍ୟ ସାଇବର ଠକମାନେ ହ୍ବାଟ୍‌ସଆପ୍‌ ମେସେଜ୍ ମାଧ୍ୟମରେ ଅର୍ଥ ସହାୟତା ମାଗୁଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe