ସାଇବର ଠକଙ୍କ ଜାଲରେ ରାଜ୍ୟବାସୀ ଅଣନିଶ୍ବାସୀ, ୪ବର୍ଷରେ ଲୁଟିଛନ୍ତି ୧୨୨ କୋଟି

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

Complete Controller

ଭୁବନେଶ୍ବର : ରାଜ୍ୟରେ ସାଇବର ଲୁଟେରାଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସାଇବର ଲୁଟେରାଙ୍କ ଜାଲରେ ଛନ୍ଦି ହୋଇ ରାଜ୍ୟବାସୀ ତ୍ରାହି ତ୍ରାହି ଡାକିଲେଣି। ୟୁପିଆଇଠାରୁ ଆରମ୍ଭ କରି କେୱାଇସି, ଲୋନ୍‌ଆପ୍‌, ବିଜ୍ଞାପନ, ଲଟେରି, ବିଭିନ୍ନ ଲିଙ୍କ ପଠାଇ ଅନ୍‌ଲାଇନ୍‌ ଆର୍ଥିକ କାରବାରରେ ଲୋକଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଇଲେଣି। ଉଚ୍ଚଶିକ୍ଷିତ ବି ଏମାନଙ୍କ ଜାଲରୁ ବର୍ତ୍ତି ପାରିନାହାନ୍ତି।

ଗତ ୪ ବର୍ଷ ମଧ୍ୟରେ ସାଇବର ଲୁଟେରା ରାଜ୍ୟରୁ ୧୨୨ କୋଟି ୪୮ଲକ୍ଷ ଚୂନ ଲଗାଇଛନ୍ତି। କିନ୍ତୁ ପୁଲିସ୍‌ ମାତ୍ର ୨କୋଟି ୮୮ଲକ୍ଷ ଟଙ୍କା ଜବତ କରିପାରିଛି। ଏହି ସମୟ ମଧ୍ୟରେ ୨୪ଜଣ ଅନ୍ତଃରାଜ୍ୟ ଠକକୁ ଗିରଫ କରାଯାଇଛି। ସେହିପରି ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ସମ୍ମାନହାନି କରିଥିବା ୧୦୩୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe