ଅଧ୍ୟାପକଙ୍କଠାରୁ ଲକ୍ଷେ ଟଙ୍କା ନେଇଗଲେ ସାଇବର ଠକ

Advertisment
ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ହାଟଡିହି : ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହି ସାଇବର ଲୁଟେରାମାନେ ଜଣେ ଅଧ୍ୟାପକଙ୍କ ଠାରୁ ଲକ୍ଷେ ଟଙ୍କା ଠକି ନେଇଛନ୍ତି। ନିଜ ନାମ ପ୍ରକାଶ ନ କରିବା ସର୍ତ୍ତରେ ଅଧ୍ୟାପକ ଜଣଙ୍କ କହିଛନ୍ତି, ତାଙ୍କ ପାଖକୁ ଏକ ମେସେଜ ଆସିଲା ଯେ ସେ ଦଶ ହଜାର ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ଟିମ୍‌ଭ୍ୟୁଅର ଆପ୍‌ ନିଜ ମୋବାଇଲ ଇନଷ୍ଟାଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଦଶ ହଜାର ଟଙ୍କା ପାଇବା ଲୋଭରେ ଅଧ୍ୟାପକ ଜଣଙ୍କ ଟିମ୍‌ଭ୍ୟୁଅର ଆପ୍‌ ନିଜ ମୋବାଇଲରେ ଇନଷ୍ଟଲ୍‌ ସାଇବର ଲୁଟେରାଙ୍କ ପାସୱାର୍ଡ ଦେଇଦେଲେ। ମାତ୍ର ୧୦ ମିନିଟ ଭିତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ ହଜାର ୯୯୯ ଟଙ୍କା ଲେଖାଏଁ ଦଶଥରରେ ଲକ୍ଷେ ଟଙ୍କା ଗାଏବ ହୋଇଗଲା। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe