ସାଇବର ଠକ ଲୁଟିନେଲେ ୪୭ ହଜାର

Advertisment
ମହଙ୍ଗା ପଡ଼ିଲା ନାବାଳକ ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା: ବାପା-ମା’ଙ୍କ ଆକାଉଣ୍ଟ୍‌ରୁ ଅଢ଼େଇ ଲକ୍ଷ ଗାଏବ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଠାକୁରପଡ଼ା ଅଞ୍ଚଳର ଜଣେ ଯୁବକଙ୍କଠାରୁ ସାଇବର ଠକ ୪୭ ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟ୍‌ ଟଙ୍କାରୁ ୩୨ ହଜାର ଟଙ୍କା ଫେରି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଯୁବକଙ୍କ ଅଭିଯୋଗ ଆଧାରରେ ବ୍ରଜରାଜନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ପୃକ୍ତ ଯୁବକ ବିଟ୍‌ କଏନ୍‌ରେ ଟଙ୍କା ବିନିଯୋଗ କରନ୍ତି। କିଛି ଦିନ ପୂର୍ବେ କିଛି କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ବିଟ୍‌ କଏନ୍‌ରେ ଟଙ୍କା ଲଗାଇବାକୁ କହିବାରୁ ସମ୍ପଅକ୍ତ ଯୁବକ ୩ ଥରରେ କ୍ୟୁଆର୍‌ କୋଡ୍ ସ୍କାନ କରି ୪୭ ହଜାର ଟଙ୍କା ପ୍ରଦାନ କରିଥିଲେ। ମାତ୍ର ପରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସାଇବର କ୍ରାଇମ ସେଲ୍‌କୁ ଫୋନ କରି ଜଣାଇଥିଲେ। ସାଇବର ସେଲ୍‌ ଅଧିକାରୀ ପଦକ୍ଷେପ ନେବା ଫଳରେ ସେହି ମୋବାଇଲ ନମ୍ବର ସହିତ ଲିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୨ ହଜାର ଟଙ୍କା ସିଜ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe