ସମ୍ବଲପୁରରେ ପୁଣି ସାଇବର୍‌ ଠକେଇ: କେଓ୍ୱାଇସି ଅପ୍‌ଡେଟ୍‌ ନାଁରେ ଠକି ନେଲେ ଦେଢ଼ ଲକ୍ଷ ଟଙ୍କା

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ସମ୍ବଲପୁର : ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ଅଇଁଠାପାଲି ଥାନା ଅଧୀନ ଅଞ୍ଚଳରେ ଆଉ ଜଣଙ୍କ ପାଖରୁ ସାଇବର୍‌ ଲୁଟ୍‌ ହୋଇଛି। ଏଥର ସାଇବର୍‌ ଠକ ଜଣକ କେୟାସି ଅପ୍‌ଡେଟ୍‌ ନାଁରେ ଚୂନା ଲଗାଇଥିବା ଜଣାପଡିଛି।

ଅଇଁଠାପାଲି ଥାନା ଅଧୀନ ଶାନ୍ତି ନଗର ଅଞ୍ଚଳର ଡିଲେଶ୍ବର କିଷାନଙ୍କୁ କେଓ୍ୱାଇସି(ନୋ ୟୋର୍‌ କଷ୍ଟମର୍‌) ଅପ୍‌ଡେଟ୍‌ ପାଇଁ ସୋମବାର ଏକ ଲିଙ୍କ୍‌ ଆସିଥିଲା। ଆକାଉଣ୍ଟ ବନ୍ଦ ହୋଇଯିବା ଭୟରେ ସେ କେଓ୍ୱାଇସି ଅପ୍‌ଡେଟ୍‌ କରିବାକୁ ଲିଙ୍କ୍‌ ଉପରେ କ୍ଲିକ୍‌ କରି ନିଜର ତଥ୍ୟ ଦେଇଥିଲେ। ତଥ୍ୟ ଦେବା ପରେ ସାଇବର୍‌ ଠକ ଜଣକ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍‌ କରିଥିଲା। କେଓ୍ୱାଇସି ଅପଡେଟ୍‌ କରିବା ବାହାନାରେ ଠକ ଜଣକ ତାଙ୍କୁ ଓଟିପି ଦେବାକୁ କହିଥିଲା। ସାଇବର୍‌ ଠକକୁ ସେ ଓଟିପି ମଧ୍ୟ ସେୟାର୍‌ କରିଥିଲେ। ଲଗାତାର ଭାବେ ୪ ଥର ଓଟିପି ସେୟାର କରିଥିବା ବେଳେ ତାଙ୍କ ଆକାଉଣ୍ଟରୁ ୪ ଥର ଟଙ୍କା କଟି ଯାଇଥିଲା। ସୋମବାର ମୋଟ ଉପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୫୨ ହଜାର ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ମଙ୍ଗଳବାର ଏ ନେଇ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe