The New Indian Express
ସମ୍ବଲପୁର: ସାଇବର୍ ଠକମାନେ ଲଗାତାର୍ ଭାବେ ସମ୍ବଲପୁର ସହରବାସୀଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି। ଗୁରୁବାର ଅଇଁଠାପାଲି ଥାନା ଅଞ୍ଚଳର ଆଉ ଜଣେ ବ୍ୟକ୍ତି ସାଇବର୍ ଠକେଇର ଶିକାର ହୋଇଛନ୍ତି। ଅଇଁଠାପାଲିର କ୍ଷୁଧାସାଗର ଚୌଧୁରୀ ୟୋନୋ ଆପ୍ ଅପ୍ଡେଟ୍ କରିବା ନାଁରେ ଠକେଇର ଶିକାର ହୋଇ ୨୫ ହହଜାର ଟଙ୍କା ହରାଇଥିବା ଜଣାପଡ଼ିଛି। ଏ ନେଇ ଶ୍ରୀ ଚୌଧୁରୀ ଅଇଁଠାପାଲି ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୟୋନୋ ଆପ୍ ଅପ୍ଡେଟ୍ କରିବା ପାଇଁ ଶ୍ରୀ ଚୌଧୁରୀଙ୍କୁ ଗୁରୁବାର ଏକ ଟେକ୍ଟ ମେସେଜ୍ ଆସିଥିଲା। ଉକ୍ତ ମେସେଜ୍ରେ ଆପ୍ ଅପ୍ଡେଟ୍ ପାଇଁ ଏକ୍ ଲିଙ୍କ ଦିଆଯାଇଥିଲା। ଅପ୍ଡେଟ୍ ହେବ ଭାବି ସେ ମେସେଜ୍ରେ ଥିବା ଲିଙ୍କ ଉପରେ କ୍ଲିକ୍ କରିଥିଲେ। ତାପରେ ସେଠାରେ ମଗାଯାଇଥିବା ତଥ୍ୟ ସବୁ ଦେଇଚାଲିଲେ। ତାପରେ ତାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା କଟିଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଗୁରୁବାର ରାତି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Follow Us