ଆର୍ମି ଅଫିସର୍‌ କହି ଚୂନା ଲଗାଇଲା ସାଇବର୍‌ ଠକ

ହୋଟେଲ୍‌ ମ୍ୟାନେଜର୍‌ଙ୍କ ଆକାଉଣ୍ଟରୁ କଟିଗଲା ଦେଢ଼ଲକ୍ଷ

ଆର୍ମି ଅଫିସର୍‌ କହି ଚୂନା ଲଗାଇଲା ସାଇବର୍‌ ଠକ

NDTV.com

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ଥମିବାର ନାଁ ନେଉନାହିଁ। ଠକମାନେ ନୂଆ ନୂଆ ଉପାୟ ମାଧ୍ୟମରେ ଲୋକଙ୍କୁ ଠକି ଚାଲିଛନ୍ତି। କିଛି ଦିନ ହେବ ଆର୍ମି ଅଫିସର୍‌ କହି ସାଇବର୍‌ ଠକ ଲୁଟିବାରେ ଲାଗିଛନ୍ତି। ସମ୍ବଲପୁର ଅଇଁଠାପାଲି ଥାନା ରେମେଡ୍‌ ଛକ ଠାରେ ଥିବା ହୋଟେଲ ପ୍ରମୋଦର ମ୍ୟାନେଜର୍‌ ଏନ୍‌ ତିରୁପତି ରାଓ(୪୭) ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଆର୍ମି ଅଫିସର୍‌ କହି ସାଇବର୍‌ ଠକ ତାଙ୍କ ଆକାଉଣ୍ଟରୁ ଦେଢ଼ଲକ୍ଷ ଟଙ୍କା କାଟିନେଇଛି।

ଶନିବାର ଅପରାହ୍ଣ ସାଢ଼େ ୪ଟାରେ ହୋଟେଲ୍‌ ମ୍ୟାନେଜର୍‌ଙ୍କୁ ଏକ କଲ୍‌ ଆସିଲା। ସାଇବର୍‌ ଠକ ନିଜକୁ ଆର୍ମି ଅଫିସର୍‌ ବିକାଶ ପଟେଲ୍‌ ବୋଲି ପରିଚୟ ଦେବା ସହିତ ୫ଟି ରୁମ୍‌ ବୁକିଂ କରିବାକୁ କହିଥିଲା। ଯାହାର ମୂଲ୍ୟ ୭୫ ହଜାର ଟଙ୍କା ହୋଇଥିଲା। ଫୋନ୍‌ ମାଧ୍ୟମରେ ବୁକିଂ କରିବା କିଛି ନୂଆ କଥା ନଥିଲା, ତା’ ଉପରେ ଠକ ଜଣକ ଆର୍ମି ଅଫିସର୍‌ କହିଥିବାରୁ ସେ ଆଉ ସନ୍ଦେହ କରି ନଥିଲେ। ତେବେ ଅଗ୍ରୀମ ଟଙ୍କା ପୈଠ କରିବାକୁ ସାଇବର୍‌ ଠକ ଜଣକ ତାଙ୍କୁ ଏକ କ୍ୟୁଆର୍‌ କୋର୍ଡ ପଠାଇଥିଲା ଏବଂ ସ୍କାନ କରି ଟଙ୍କାର ମୂଲ୍ୟ ଲେଖିବାକୁ କହିଥିଲା।

ସାଇବର୍‌ ଠକ କଥାରେ ପଡ଼ି ମ୍ୟାନେଜର୍‌ କ୍ୟୁଆର୍‌ କୋର୍ଡ ସ୍କାନ୍‌ କରି ଟଙ୍କା ଲେଖିବା ବେଳକୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଗଲା। ଠକ ଜଣକ ପେମେଣ୍ଟ ଫେଲ୍‌ଡ ହେଉଥିବା କହି ବାରମ୍ବାର କ୍ୟୁଆର୍‌ କୋର୍ଡ ପଠାଇ ସ୍କାନ୍‌ କରିବାକୁ କହିଥିଲା। ତା କଥାରେ ମ୍ୟାନେଜର୍‌ ମଧ୍ୟ ସ୍କାନ୍‌ କରିଚାଲିଥିଲେ। କିନ୍ତୁ କିଛି ସମୟ ପରେ ସେ ଦେଖିବା ବେଳକୁ ଟଙ୍କା ଆସିବା ବଦଳରେ ତାଙ୍କ ଆକାଉଣ୍ଟରୁ କଟି ଚାଲିଥିଲା। ଶନିବାର ଅପରାହ୍ଣ ୪ଟା ୩୩ ରୁ ଅପରାହ୍ଣ ୫ଟା ୫ ମଧ୍ୟରେ ମୋଟ୍‌ ୧୩ଟି ଟ୍ରାନ୍‌ଜେକସନ୍‌ରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୪୭ ହଜାର ୯୭୬ ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଉଭୟ ଫୋନ୍‌ ପେ’ ଓ ମୋବାଇଲ୍‌ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା କଟିଥିବା ଜଣାପଡ଼ିଥିଲା। ଠକେଇର ଶିକାର ହୋଇଥିବା ଜଣାପଡ଼ିବା ପରେ ସେ ଶନିବାର ରାତି ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe