ମୁଁ ମହାନ୍ତି ବାବୁ କହୁଛି...ଅର୍ଜେଣ୍ଟ ଅଛି ଟଙ୍କା ଦିଅ..., ସାଇବର୍‌ ଠକ ନେଇଗଲା ୨୦ ହଜାର

Advertisment
ପୂର୍ବତନ ବିଚାରପତି ସାଇବର ଠକେଇର ଶିକାର

Times of India

ସମ୍ବଲପୁର : ମୁଁ ମହାନ୍ତି ବାବୁ କହୁଛି.. ଟଙ୍କା ଦରକାର... ଟିକେ ଅର୍ଜେଣ୍ଟ ଅଛି, ସାଙ୍ଗେ ସାଙ୍ଗେ ଦିଅନ୍ତୁ। ଏଭିଲି ଏକ କଲ୍‌ ଅଇଁଠାପାଲି ଥାନା ବୁଢ଼ାରଜା ଅଞ୍ଚଳର ୟୁ କେ ପ୍ରଧାନଙ୍କୁ ଆସିଲା। ସାଇବର୍‌ ଠକର ଏଭଳି କଥା ଶୁଣିବା ପରେ ସେ ତାଙ୍କ ସାଙ୍ଗ ବି ପି ମହାନ୍ତି ବୋଲି ଭାବିନେଲେ। କଣ ଅସୁବିଧା ଥିବ ଅନୁଭବ କରି ତୁରନ୍ତ ଫୋନ୍‌ ପେ’ ମାଧ୍ୟମରେ ସେ ୨ ଥର ୧୦ ହଜାର ଟଙ୍କା ଲେଖାଏଁ ପଠାଇଥିଲେ। ୨୦ ହଜାର ଟଙ୍କା କଟିବା ପରେ ସେ ତାହା କୌଣସି ମହାନ୍ତି ବାବୁଙ୍କର କଲ୍‌ ନଥିଲା, ସାଇବର୍‌ ଠକର କଲ୍‌ ଥିଲା ବୋଲି ଜାଣିଥିଲେ। ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁର ସହରରେ ସାଇବର୍‌ ଠକେଇ ଥମିବାର ନାଁ ନେଉ ନାହିଁ। ଅନ୍ୟପଟେ ସାଇବର୍‌ ଠକମାନେ ଲୋକଙ୍କୁ ଠକେଇ କରିବା ପାଇଁ ପ୍ରତିଦିନ ନୂଆ ନୂଆ ଜାଲ ବିଛାଉଛନ୍ତି। ସାଇବର୍‌ ଠକମାନେ ରାଜ୍ୟ ବାହାରରୁ ହୋଇଥିଲେ ମଧ୍ୟ ଲୋକଙ୍କ ବିଶ୍ବାସ ଜିତିବା ପାଇଁ ସେମାନେ ଏବେ ଓଡ଼ିଆରେ କଥା କହିବା ଆରମ୍ଭ କରିସାରିଲେଣି। ଯାହା ଫଳରେ ଲୋକେ ସହଜରେ ନିଜର ଭାବି ନେଉଛନ୍ତି ଆଉ ଠକେଇର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe