DNA India
ସମ୍ବଲପୁର: ସମ୍ବଲପୁରର ଆଉ ଜଣେ ଯୁବକ ସାଇବାର ଠକେଇର ଶିକାର ହୋଇଛନ୍ତି। ଯୁବକ ଜଣକ ଗୁଗୁଲ୍ରେ ମୋବିକ୍ବିକ୍ର କଷ୍ଟମର୍ କେୟାର୍ ନମ୍ବର ସର୍ଚ୍ଚ କରି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସାଇବର୍ ଠକ ଜଣକ ତାଙ୍କ ମୋବିକ୍ବିକ୍ ଵାଲେଟ୍ରୁ ୨୮ ହଜାର ଟଙ୍କା ଠକି ନେଇଥିବା ନେଇ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
କେମିତି ହୋଇଥିଲେ ଠକେଇର ଶିକାର
ଅଇଁଠାପାଲି ଅଞ୍ଚଳର ଦେବିପ୍ରସାଦ ମହାରଣା କିଛି ଦିନ ତଳେ ମୋବିକ୍ବିକ୍ ଆପ୍ରେ ଲୋନ୍ ଆବେଦନ କରିଥିଲେ। ତାଙ୍କୁ ୨୮ ହଜାର ଟଙ୍କାର ଲୋନ୍ ମିଲିଥିଲା। ପୂର୍ବରୁ ତାଙ୍କ ମୋବିକ୍ବିକ୍ ଵାଲେଟ୍ରେ ୨୦ ଟଙ୍କା ଥିଲା। ଲୋନ୍ ଟଙ୍କା ମିଶି ତାଙ୍କ ଵାଲେଟ୍ ବାଲାନ୍ସ ୨୮ ହଜାର ୨୦ ଟଙ୍କା ହୋଇଥିଲା। ଉକ୍ତ ଟଙ୍କା ଵାଲେଟ୍ରୁ କିଭଳି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିବେ ସେ ନେଇ ଚେଷ୍ଟା କରି ବିଫଳ ହୋଇଥିଲେ। ତାପରେ ଗୁଗୁଲ୍ରେ ମୋବିକ୍ବିକ୍ର କଷ୍ଟମର୍ କେୟାର ନମ୍ବର ସର୍ଚ୍ଚ କରିଥିଲେ ଏବଂ ସାଇବର୍ ଠକର ନମ୍ବର ପାଇଥିଲେ।
କଷ୍ଟମର୍ କେୟାର ଭାବି ଗୁରୁବାର ଉକ୍ତ ନମ୍ବରକୁ କଲ୍ କରି ଅସୁବିଧା ବିଷୟରେ କହିଥିଲେ। ଏହାପରେ ସାଇବର୍ ଠକ ଜଣକ ତାଙ୍କଠାରୁ ଓଟିପି ଭଳି ବ୍ୟକ୍ତିଗତ ତଥ୍ୟ ନେଇ ତାଙ୍କ ଵାଲେଟ୍ରେ ଥିବା ୨୮,୦୨୦ ଟଙ୍କା କାଟି ନେଇଥିଲା। ଏହାପରେ ଆଉ ସାଇବର୍ ଠକର ନମ୍ବର ଲାଗି ନଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ଶୁକ୍ରବାର ସେ ଅଭିଯୋଗ କରିଥିଲେ।
Follow Us