କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବା ଲୋଭରେ ଫସିଲେ,  ୪୩ ହଜାର ଗୋଲ୍‌

Advertisment
କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବା ଲୋଭରେ ଫସିଲେ,  ୪୩ ହଜାର ଗୋଲ୍‌

Tehelka

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକ ଜାଲ ବିଛାଇଛନ୍ତି। ପ୍ରତିଦିନ ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି। ଏଥର ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳର ଜଣେ ଯୁବକ ସାଇବର୍‌ ଠକେଇର ଶିକାର ହୋଇଛନ୍ତି ହୀରାକୁଦ ପଥର ଲାଇନ୍‌ର ଦୀପ୍ତିରଞ୍ଜନ ପଣ୍ଡା(୨୫)। ଦୀପ୍ତିଙ୍କୁ ମଙ୍ଗଳବାର ଦିନ ୧୧ଟା ୩୮ରେ ଏକ କଲ୍‌ ଆସିଲା।

ସେ କଲ୍‌ ଉଠାଇବାରୁ ସାଇବର୍‌ ଠକ ଜଣକ ଆର୍‌ବିଏଲ୍‌ ବ୍ୟାଙ୍କର କଷ୍ଟମର୍‌ କେୟାର୍‌ରୁ କହୁଛି ବୋଲି କହିବା ସହିତ ତାଙ୍କ କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବାକୁ କହିଥିଲା। ଲିମିଟ୍‌ ବଢ଼ାଇବା ଲୋଭ ଦେଖାଇ ସାଇବର୍‌ ଠକ ତାଙ୍କୁ ଏକ ଓଟିପି ମାଗିଥିଲା। ଲିମିଟ୍‌ ବଢ଼ିବ ଭାବି ଆଗପଛ କିଛି ବିଚାର ନ କରି ଦୀପ୍ତି ପାଇଥିବା ଓଟିପିକୁ ସାଇବର୍‌ ଠକକୁ କହିଦେଇଥିଲେ। ଏହାପରେ ତାଙ୍କ ଆର୍‌ବିଏଲ୍‌ କ୍ରେଡିଟ୍‌ କାର୍ଡରୁ ୪୩ ହଜାର ଟଙ୍କା କଟି ଯାଇଥିଲା। ଟଙ୍କା କାଟିବା ପରେ ସାଇବର୍‌ ଠକ କଲ୍‌ ବି କାଟି ଦେଇଥିଲା। ଏହାପରେ ଦୀପ୍ତି ସେହି ନମ୍ବରରେ କଲ୍‌ କରିଥିଲେ। କିନ୍ତୁ ଠକ ଜଣକ ଆଉ କଲ୍‌ ଉଠାଇ ନଥିଲା। ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ମଙ୍ଗଳବାର ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe