ବଢୁଛି ସାଇବର ଅପରାଧ କାୟା  : ଚାକିରି ପାଇଁ ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଯୁବକ

Advertisment
ସାଇବର୍‌ ଅପରାଧ ମୁକାବିଲା: ୬ ରାଜ୍ୟ ମଧ୍ୟରେ ହେବ ସୂଚନା ଆଦାନପ୍ରଦାନ

The Pawprint

ଭଞ୍ଜନଗର :  ଡିଜିଟାଲ୍‌ ଯୁଗରେ ଜିନିଷପତ୍ର କିଣ‌ାବିକା କରିବା ଠାରୁ ଆରମ୍ଭ କରି ଚାକିରି ସନ୍ଧାନ ପାଇଁ ଅନ୍‌ଲାଇନ୍‌କୁ ମାଧ୍ୟମକୁ ବ୍ୟବହାର କରୁଛନ୍ତି। କିନ୍ତୁ ଆବଶ୍ୟକ ସଚେତନା ଓ ସତର୍କତା  ଅଭାବରୁ ଏହି ଅନ୍‌ଲାଇନ କାରବାରରେ ବହୁ ନିରୀହ ଲୋକ ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ସାଇବର ଅପରାଧି ମାନ‌େ ଜାଲ ବିଛାଇ ରଖିଥିବା ବ‌େଳେ ସୁଯୋଗ ପାଇଲେ ସବୁ ଟଙ୍କା ଆକାଉଣ୍ଟ୍‌ରୁ ଖାଲି କରିଦେଉଛନ୍ତି।  ଖାସ୍‌ କରି ଯୁବପିଢି ଏଥିରେ ଛନ୍ଦି ହେଉଥିବା ଖବର ପ୍ରତିଦିନ ନଜରକୁ ଆସୁଛି। ଚୋରିର ନୂଆ ରାସ୍ତା ଆପଣାଇ ସାଇବର ଅପରାଧି ମାନ‌େ ଏଟିଏମରୁ ଟଙ୍କା ଗାଏବ କରୁଛନ୍ତି ତ କେତେ ବେଳେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆକାଉଣ୍ଟ୍‌ରୁ ଟଙ୍କା ଲୁଟି ନେଉଛନ୍ତି।

ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର ସାଇବର ଅପରାଧ ମାନଙ୍କୁ ରୋକ ‌ଲଗାଇବାରେ ବିଫଳ ରହିଛନ୍ତି। ଏଭଳି  ଅନଲାଇନ ଦ୍ବାରା ଠକେଇର ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନରେ। ଭଞ୍ଜନଗରର ବିଟେକ୍‌ ପଢିଥିବା ଜଣେ ଯୁବକ ଚାକିରି କରିବା ପାଇଁ ନିଜର ସିଭି ଏକ ୱେବ୍‌ ସାଇଟ୍‌ରେ ଅପ୍‌ଲୋଡ଼ କରିଥବା ବେଳେ  ତାଙ୍କ ଠାରୁ ୮୨,୦୦୦ ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ସଂପୃକ୍ତ ଯୁବକ ଜଣକ ଭଞ୍ଜନଗର ଥାନରେ ଏତଲା ଦେଇଛନ୍ତି। ଏନେଇ କେସ୍‌ ନମ୍ବର ୬୦/୨୧ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଭଞ୍ଜନଗର ଥାନା ଇଲାକାର ଜଣେ ଯୁବକ ହାଇଦ୍ରାବାଦ୍‌ର ଏକ ଘରୋଇ ଆଇଟି କମ୍ପାନିରେ କାମ କରୁଛନ୍ତି। କରୋନ ମହାମାରୀରେ କମ୍ପାନି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିଲା। ଏହି ସମୟରେ ତାଙ୍କର ଛଟେଇ ହେବାର ସମ୍ଭାବନା ରହିଥିବା ଅନୁମାନ କରି ସେ ଅନ୍‌ଲାଇନ୍ ମାଧ୍ୟମରେ ମାଇ ପ୍ରଫେସନ୍‌ ଡଟ୍‌ଇନ୍‌ରେ ଚାକିରି ପାଇଁ ତାଙ୍କର ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ର ଅପ୍‌ଲୋଡ କରିଥିଲେ। ସେହିଦିନ ଏକ ନିର୍ଦ୍ଧିଷ୍ଟ କମ୍ପାନିରେ ଚାକିରି ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ସାକ୍ଷାତକାର ପରେ ଚାକିରି ମିଳିବ ‌ବୋଲି ଏକ ମେଲ୍‌ ଆସିଥିଲା। ଏହାପରେ ପଞ୍ଜୀକରଣ ପାଇଁ ୪,୬୦୨ ଟଙ୍କା ପଠାଇବା ପାଇଁ ପ୍ର‌ଥମେ କୁହାଗଲା। ସେ ତାଙ୍କ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ସେହି ଟଙ୍କା ପଠାଇଥିଲେ। ଏହାପରେ ପ୍ରମାଣପତ୍ର ଯାଞ୍ଚ ପାଇଁ ୧୨,୩୯୦, ସାକ୍ଷାତକାର ଏକାଭିମୁଖି ପାଇଁ ୨୭,୩୭୬ ଏବଂ ଲିଙ୍କ୍‌-ଡିନ୍ ପ୍ରୋଫାଇଲ୍‌ ସର୍ଭିସ୍‌ ଚାର୍ଜ ବାବଦକୁ ୩୭ ହଜାର ୭୬୦ ଟଙ୍କା ପଠାଇଥିଲେ। ଏହାପରେ ୭୨ ଘଣ୍ଟା ଭିତରେ ତାଙ୍କର ସାକ୍ଷାତକାର ନିଆଯିବା ନେଇ ତାଙ୍କୁ ଫୋନ୍‌ ଦ୍ବାରା କୁହାଯାଇଥିଲା। ୭୨ ଘଣ୍ଟା ପରେ ସାକ୍ଷାତକାର ପାଇଁ କୌଣସି ସୂଚନା ନଆସିବାରୁ ପୁଣି ସେ ସେହି ନମ୍ବର ସହ ଯୋଗାଯୋଗ କରିବାରୁ ତାଙ୍କର କିଛି ସମସ୍ୟା ରହିଥିବାରୁ ୧୫ ଦିନ ମଧ୍ୟରେ ତାଙ୍କର ସାକ୍ଷାତକାର ନିଆଯିବ‌ ବୋଲି କୁହାଗଲା।

କିନ୍ତୁ  ୧୫ ଦିନ ପରେ ମଧ୍ୟ କୌଣସି ସାକ୍ଷାତକାର ହୋଇନଥିଲା। ସଂପୃକ୍ତ କମ୍ପାନିକୁ ଫୋନ୍‌ କରି ତାଙ୍କ ପଞ୍ଜୀକରଣ ରଦ୍ଦ କରିବା ପାଇଁ କହିବା ସହ ତାଙ୍କ ଟଙ୍କା ଫେରାଇବା ପାଇଁ କହିଥିଲେ। ୬୦ ରୁ ୯୦ ଦିନ ମଧ୍ୟରେ ତାଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନି କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ପାଇନଥିବା ସେ କହିଛନ୍ତି। ଏଥସହ ସେ କ୍ବୋରା ନାମକ ୱେବ୍ ସାଇଟ୍‌ରୁ ଏହି କମ୍ପାନି ଠକ ବୋଲି ସନ୍ଧାନ ପାଇବା ପରେ ସାଇବର ସେଲ୍‌ ସହ ଯୋଗାଯୋଗ କରି ଆଜି ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe