The Economic Times
ଚନ୍ଦ୍ରଶେଖରପୁର : ଶସ୍ତାରେ ପୁରୁଣା ଗୃହ ଉପକରଣ ବିକ୍ରିର ଲାଳସା ଦେଖାଇ ସାଇବର୍ ଠକ ଦୁଇ ଯୁବକଙ୍କୁ ୭୦ ହଜାର ଟଙ୍କା ଚୁନ ଲଗାଇଛି। ପ୍ରତ୍ୟେକଙ୍କଠାରୁ ୩୫ ହଜାର ଟଙ୍କା ଲେଖାଏଁ ଲୁଟି ନେଇଛି। ଠକେଇର ଶିକାର ହୋଇଥିବା ଶୈଳଶ୍ରୀବିହାରର ରାମଚନ୍ଦ୍ର ପତି ଓ ଜିଏ କଲୋନିର ଅରୁଣ ମହାପାତ୍ର ଏ ସଂପର୍କରେ ସ୍ଥାନୀୟ ଥାନା ଓ ସାଇବର୍ ସେଲ୍ରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଘୂରି ବୁଲୁଥିଲା। ଜଣେ ଯବାନଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ତେଣୁ ସେ ତାଙ୍କର ଘରର ସମସ୍ତ ଆସବାବପତ୍ର ଶସ୍ତାରେ ବିକିବାକୁ ଚାହୁଛନ୍ତି। ଉକ୍ତ ବିଜ୍ଞାପନରେ ଏକ ମୋବାଇଲ୍ ନମ୍ବର ମଧ୍ୟ ଦିଆଯାଇଥିଲା। ଏହି ବିଜ୍ଞାପନ ଦେଖି ରାମଚନ୍ଦ୍ର ଓ ଅରୁଣ ଅଲଗା ଅଲଗା ଯୋଗାଯୋଗ କରିଥିଲେ। ଫ୍ରିଜ୍, ଖଟ, ଆଲମିରା ଭଳି ପୁରୁଣା ଆସବାବପତ୍ର ପାଇଁ ମାତ୍ର ୩୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଠକ ତାଙ୍କୁ ଫୋନ୍ରେ କହିଥିଲା। ପଇସା ମିଳିଯିବା ପରେ ଘର ଠିକଣାରେ ସବୁ ଜିନିଷ ମିଳିଯିବ ବୋଲି ଠକ ସେମାନଙ୍କୁ କହିଥିଲା। ଦୁହେଁ ଅନ୍ଲାଇନ୍ରେ ଟଙ୍କା ଦେବା ପରଠାରୁ ଉକ୍ତ ମୋବାଇଲ୍ଟି ସୁଇଚ୍-ଅଫ୍ ହୋଇଯାଇଥିଲା। ବିଜ୍ଞାପନଟି ମଧ୍ୟ ସୋସିଆଲ ମିଡିଆରୁ ଉଭା ହୋଇଯାଇଥିଲା। ଏହା ପରେ ରାମଚନ୍ଦ୍ର ଓ ଅରୁଣ ଠକାମିର ଶିକାର ହୋଇଥିବା ଜାଣିଥିଲେ।
Follow Us