ନିବେଶ ନାଁରେ ଲୁଟିଲା ସାଇବର ଠକ

ସାଇବର ଠକେଇରେ ପଡିଲେ ପୁଲିସ ବାବୁ

Image Courtesy of India Today

ସମ୍ବଲପୁର: ନିବେଶ ନାଁରେ ସାଇବର୍‌ ଠକ ଜଣେ ଛାତ୍ରଙ୍କୁ ଠାରୁ ୭୭ ହଜାର ଠକି ନେଇଛନ୍ତି। ଅଧିକ ଟଙ୍କା ମିଳିବ ବୋଲି ଶୁଣିବା ପରେ ବାପାମାଆଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଅନ୍‌ଲାଇନ୍‌ ଟ୍ରେଡିଂରେ ସେ ଟଙ୍କା ନିବେଶ କରିଥିଲେ। ଟେଲିଗ୍ରାମ୍‌ ମାଧ୍ୟମରେ ସେ ସାଇବର ଠକ ହାବୁଡ଼ରେ ପଡ଼ିଥିଲେ। ପ୍ରଥମେ ସେ ୧୦ ହଜାର ଟଙ୍କା ନିବେଶ କରିଥିଲେ। ତେବେ ସେ ଟଙ୍କା ଉଠାଇବାକୁ ଚାହିଁବାରୁ ତାଙ୍କୁ ଟ୍ୟାକ୍ସ ଦେବାକୁ କହାଯାଇଥିଲା।

ଠକ କହିବା ଅନୁଯାୟୀ ଟ୍ୟାକ୍ସ ବାବଦ ଅର୍ଥ ଜମା କରିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ବ୍ୟାଙ୍କ୍‌ ଟଙ୍କା ରିସିଭ୍‌ କରୁ ନଥିବା ସାଇବର୍‌ ଠକ କହିଥିଲା। ଏଭଳି ଭାବେ ସେ ବିଭିନ୍ନ ବାହାନା କରି ଛାତ୍ରଙ୍କ ଠାରୁ ମୋଟ ୭୭,୩୨୪ ଟଙ୍କା ଠକି ନେଇଥିଲା। ତାପରେ ଟେଲିଗ୍ରାମରୁ ସବୁ ମେସେଜ୍‌ ଡିଲିଟ୍‌ କରି ତାଙ୍କୁ ବ୍ଲକ କରିଦେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe